ଶନିବାର ଖୋଲାରହିବ ଷ୍ଟକ୍ ମାର୍କେଟ୍‌

ଭୁବନେଶ୍ୱର : ଶନିବାର ଉପସ୍ଥାପିତ ହେବ କେନ୍ଦ୍ର ବଜେଟ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବର୍ଷ ୨୦୨୦-୨୧ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିବେ । ଏହାକୁ ଦୃଷ୍ଟିରେ ରଖି ଶନିବାର ସାଧାରଣତଃ ବନ୍ଦ ରହୁଥିବା ଷ୍ଟକ ମାର୍କେଟ୍‌ ଖୋଲା ରହିବ । କିନ୍ତୁ ଧର୍ମଘଟ ଯୋଗୁଁ ସେହିଦିନ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ । ସୂଚନା ଥାଉ କି ଶନିବାର ସାଧାରଣତଃ ଷ୍ଟକ ମାର୍କେଟ୍‌ ବନ୍ଦ ରହେ । ତେବେ କେତେକ ବିଶେଷ ତିଥି ଯେପରିକି ଦୀପାବଳୀରେ ସ୍ୱତନ୍ତ୍ର ଟ୍ରେଡିଂ ସେସନ ପାଇଁ ଷ୍ଟକ ମାର୍କେଟ୍‌ ଖୋଲିଥାଏ । ଏଥର ବଜେଟ ପାଇଁ ଶନିବାର କାରବାର ଜାରି ପାଇଁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ପକ୍ଷରୁ ନୋଟିସ ଜାରି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ