ସୁନା-ରୁପା ରେସିଓ ବୃଦ୍ଧି ଅର୍ଥ ବ୍ୟବସ୍ଥାରେ ବଡ ସଙ୍କଟର ସମ୍ଭାବନା
ନୂଆଦିଲ୍ଲୀ, (ଏଜେନ୍ସି): ସୁନା ରୁପା ମୂଲ୍ୟର ଅନୁପାତ ଆର୍ଥିକ ବର୍ଷ ୨୦୧୦ର ନିମ୍ନତମ ସ୍ତରକୁ ଯିବା ପରେ ଲଗାତାର ବୃଦ୍ଧି ପାଉଛି । ବର୍ତ୍ତମାନ ଏହି ଅନୁପାତ୮୬ରୁ ଅଧିକ । ସିଲଭର୍ ଇନ୍ଷ୍ଟିଚ୍ୟୁଟ୍ ପକ୍ଷରୁ ଜାରି ବାର୍ଷିକ ୱାର୍ଲ୍ଡ ସିଲଭର୍ ରିପୋର୍ଟ ୨୦୧୯ରେ କହିଛନ୍ତି ଯେ ଯେତେବେଳେ ସୁନା ରୁପା ମୂଲ୍ୟ ଅନୁପାତରେ ବୃଦ୍ଧିହୁଏ, ତେବେ ଏହା କୌଣସି ସଙ୍କଟର ଆଗମନ ବୋଲି ଜଣାପଡ଼େ । ସାମାନ୍ୟତଃ ଯଦି ଅନୁପାତ ୮୦ଠାରୁ ଉପରେ ରହୁଛି ତେବେ ତାହାକୁ ଅଧିକ ବୋଲି ଧରାଯାଏ । ଚଳିତ ଥର ପୂର୍ବ ବର୍ଷ ଅପେକ୍ଷା ଆନୁମାନିକ ୮୨ରୁ ଅଧିକ ରହିଛି । ତେବେ ଏହି ଅନ୍ୁପାତ ଏକ ଆଉନ୍ସ ସୁନାରୁ କେତେ ଆଉନ୍ସ ରୁପା କିଣା ଯାଇପାରିବ ତାହା ଦର୍ଶାଇଥାଏ । ଏହି କାରଣରୁ ଉକ୍ତ ଅନୁପାତ ଯେତେ ଅଧିକ ହୋଇଥାଏ, ସୁନା ମୂଲ୍ୟ ସେତିକି ହିଁ ଅଧିକ ହୋଇଥାଏ । ଏଥିସହ ଏହି ଅନୁୂପାତ ଯେତେ ଅଧିକ ହୋଇଥାଏ, ସୁନା ମୂଲ୍ୟ ସେତିକି ହିଁ ଅଧିକ ହୋଇଥାଏ । ତେବେ ଅନୁପାତ କମ୍ ହେବା ଅର୍ଥ ରୁପା ସୁଦୃଢ଼ ହେଉଛି । ରିପୋର୍ଟ ଅନୁସାରେ ସଙ୍କଟ ସ୍ଥିତିରେ ସୁନା-ରୁପା ମୂଲ୍ୟ ଅନୁପାତରେ ବୃଦ୍ଧି ହୋଇପାରେ । ଅନୁପାତ କେତେ ହେବ, ଏହା ସଙ୍କଟର ପ୍ରକୃତି ଉପରେ ନିର୍ଭର କରିଥାଏ । ଯଦି ପରିସ୍ଥିତିରୁ ଜଣାପଡ଼ିଛି ଯେ ବଜାରରେ ଅସ୍ଥିରତା ବଢ଼ିବ, ତେବେ ନିବେଶକ ସାମାନ୍ୟତ ରୁପା ତୁଳନାରେ ସୁନାର ଅଧିକ ପ୍ରାଧନ୍ୟତା ଦେବେ । ତେବେ ଏହି ଅନୁପାତ କୌଣସି ବି ସଙ୍କଟର ଏକମାତ୍ର ସଙ୍କେତ ନୁହେଁ । ଏକ ସଦ୍ୟ ରିପୋର୍ଟରେ ୱାର୍ଲ୍ଡ ଗୋଲ୍ଡ କାଉନ୍ସିଲ ପକ୍ଷରୁ କୁହାଯାଇଛି ଯେ ବିଶ୍ୱସ୍ତରୀୟ କେନ୍ଦ୍ର ବ୍ୟାଙ୍କ୍ ଅଧିକରୁ ଅଧିକ ସୁନା କିଣି ନିଜ ବିଦେଶୀ ମୁଦ୍ରା ଭଣ୍ଡାରରେ ଏହାର ପରିମାଣ ବୃଦ୍ଧି କରୁଛନ୍ତି । ଯାହାକି ସଙ୍କଟର ଆଗମନ ଭଳି ଜଣାପଡ଼ୁଛି । ଯେଉଁଥିପାଇଁ ତାଙ୍କୁ ଲାଗୁଛି ଯେ ଡାଇଭର୍ସିଫିକସେନ୍ର ଆବଶ୍ୟକତା ରହିଛି । ଏଥିସହିତ ବର୍ତ୍ତମାନ ସମୟରେ ଡଲାର ପରେ ସୁନାକୁ ହିଁ ନିବେଶକ ସର୍ବୋତ୍ତମ ମାଧ୍ୟମ ବୋଲି ଗଣନା କରାଯାଏ । ଆର୍ଥିକ ବର୍ଷ ୨୦୧୮ରେ ବିଶ୍ୱସ୍ତରର କେନ୍ଦ୍ର ବ୍ୟାଙ୍କ୍ ନିଜ ରିଜର୍ଭରେ ୬୫୦ଟନ୍ ସୁନାକୁ ସାମିଲ କରିଛନ୍ତି । ଯାହାକି ବାର୍ଷିକ ୧୯୭୧ ପରେ ବ୍ୟାଙ୍କ୍ ଦ୍ୱାରା ବାର୍ଷିକ ସୁନାର ସବୁଠାରୁ ବଡ଼ କ୍ରୟ ଥିଲା । ସିଲ୍ଭର ଇନ୍ଷ୍ଟିଚ୍ୟୁଟ୍ ଅତିତରେ ବଜାରରେ କୌଣସି ବଡ଼ ସଙ୍କଟ ଆସିବା ପୂର୍ବରୁ ଏହି ଅନୁପାତରେ ବୃଦ୍ଧି ଉପରେ ମଧ୍ୟ ପ୍ରକାଶ ପକାଇଛନ୍ତି, ଯେତେବେଳେ ଏହି ଅନୁପାତ ୮୦କୁ ଟପିଯାଇଛି । ୨୦୦୮ର ବିଶ୍ୱସ୍ତରୀୟ ମାନ୍ଦା ସମୟରେ ଏହି ଅନୁପାତ ୮୦କୁ ଟପିଯାଇଥିଲା । ଉପସାଗରୀୟ ଯୁଦ୍ଧ ମଧ୍ୟ ଏହି ଅନୁପାତ ଅତ୍ୟନ୍ତ ଅଧିକ ହୋଇଯାଇଥିଲା ।