୫୦୦୦ ବର୍ଷ ତଳର କୁକୁର ଲକେଟ୍
ଲଣ୍ଡନ : ୫୦୦୦ ବର୍ଷ ପୁରୁଣା ରତ୍ନପଥରରେ ତିଆରି ଏକ କୁକୁର ଲକେଟ ଠାବ ହୋଇଛି। ବ୍ରିଟେନ୍ର ସମରସେଟ୍ରୁ ଏହା ମିଳିଛି। ଏହାର ଆନୁମାନିକ ମୂଲ୍ୟ ୨୭ କୋଟି ଟଙ୍କା ହେବ। ମୂଳ ଭାରତୀୟ ଅଲଫ୍ରେଡ୍ କୋର୍ରିୟ ତାଙ୍କ ଗ୍ୟାରେଜ ଥିବା ଟେଜେରୀରୁ ହକିକ୍ ରତ୍ନ ପଥରରେ ନିର୍ମିତ ଏକ କୁକୁର ଲକେଟ ପାଇଥିଲେ। ସେ ଏହାକୁ ଏକ ସାଧାରଣ ଲକେଟ ବୋଲି ଭାବିଥିଲେ। ତାଙ୍କ ପିତା ଜଣେ ରତ୍ନ ବ୍ୟବସାୟୀ ଥିଲେ। ୧୯୬୦ରେ ସେ ଭାରତରୁ ବ୍ରିଟେନ୍ ଆସିଥିଲେ। ସେ ଭାରତରୁ ଏହି ଲକେଟ ଆଲଫ୍ରେଡ୍ଙ୍କ ପାଇଁ ଆଣିଥିଲେ। କିନ୍ତୁ ସେ ଏହାକୁ ଆଲଫ୍ରେଡ୍ଙ୍କୁ ଦେଇ ପାରି ନ ଥିଲେ। ସେ ଏହାକୁ ଗ୍ୟାରେଜ୍ରେ ଥିବା ଟ୍ରେଜେରୀରେ ରଖି ଦେଇଥିଲେ। ୨୦୦୨ରେ ୯୬ ବର୍ଷ ବୟସରେ ପିତାଙ୍କ ମୃତ୍ୟୁ ଘଟିଥିଲା। ଏବେ ଏହା ଆଲଫ୍ରେଡ୍ଙ୍କୁ ମିଳିଛି। ଏହାକୁ ଅଳଙ୍କାର ବ୍ୟବସାୟୀଙ୍କୁ ଦେଖାଇବାରୁ ସେ ଏହାର ଆନୁମାନିକ ମୂଲ୍ୟ ୨୭ କୋଟିରୁ ଅଧିକ ହେବ ବୋଲି କହିଛନ୍ତି।


