ମୂଷା ବଞ୍ଚାଉଛି ଜୀବନ

ସାଧାରଣତଃ ଘରେ ମୂଷା ପଶିଗଲେ ଲୋକମାନେ ତାକୁ ମାରିଦେଇଥାଆନ୍ତି ଅଥବା ବାହାରେ କେଉଁଠି ନେଇ ଛାଡ଼ିଦେଇଥାଆନ୍ତି। କାରଣ ଘରର ସବୁ ଜିନିଷକୁ ମୂଷା ନଷ୍ଟ କରିଦିଏ। କିନ୍ତୁ କାମ୍ବୋଡିଆ ଦେଶରେ ମୂଷା ହିରୋ ଭାବେ ପରିଗଣିତ ହେଉଛି। କାରଣ ଏଠାରେ ମୂଷା ହଜାର ହଜାର ଲୋକଙ୍କ ଜୀବନ ବଞ୍ଚାଉଛି। ନିକଟରେ କାମ୍ବୋଡିଆରେ ସିୟୋମ ରିପ୍‌ ପ୍ରାନ୍ତ ନିକଟ ତ୍ରାପିୟାଙ୍ଗ୍‌ କ୍ରାସଙ୍ଗ ଗ୍ରାମରେ ୭୮୮,୨୫୭ ବର୍ଗ ମିଟର ଜମିରୁ ଲ୍ୟାଣ୍ଡମାଇନ୍‌ ଖୋଜି ସେଗୁଡିକୁ ନଷ୍ଟ କରିବାରେ ସାହାଯ୍ୟ କରିଛି ମୂଷା। ଫଳରେ ଉକ୍ତ ଜମିଗୁଡିକୁ କାମ୍ବୋଡିଆରେ ୧୯ଟି ପରିବାର ମଧ୍ୟ ବଣ୍ଟନ କରାଯାଇଛି। ମୂଷାମାନେ ମିଶି ୧୧୭ଟି ଲ୍ୟାଣ୍ଡମାଇନ୍‌ଗୁଡିକୁ ଖୋଜିଥିଲେ। ଅନେକ ବର୍ଷ ହେବ ଉକ୍ତ ଲ୍ୟାଣ୍ଡମାଇନ୍‌ଗୁଡିକ ଦବିକି ଥିବାରୁ ଏହା ଫାଟିବାର ଆଶଙ୍କା ଥିଲା। ଏହା ଦ୍ୱାରା ସ୍ଥାନୀୟ ଲୋକ ଏବଂ ଜୀବଜନ୍ତୁଙ୍କ ମୃତ୍ୟୁର ଭୟ ମଧ୍ୟ ଦେଖାଯାଇଥିଲା। ମୂଷା ୩ ମାସ ଧରି ଲ୍ୟାଣ୍ଡମାଇନ୍‌ ଖୋଜିବାରେ ସହାୟତା କରିଥିଲା। ମୂଷାଙ୍କୁ ଲ୍ୟାଣ୍ଡମାଇନ୍‌ ଖୋଜିବା ପାଇଁ ଆଣ୍ଟି ପର୍ସନାଲ ଲ୍ୟାଣ୍ଡମାଇନ୍ସ ଡିଟେକସନ୍‌ ପ୍ରଡକ୍ଟ ଡେଭଲପମେଣ୍ଟ(ଏପିଓପିଓ) ପକ୍ଷରୁ ଟ୍ରେନିଂ ଦିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ