ଓଡିଶା ଆସୁଛନ୍ତି କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀ
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଓ ପ୍ରାର୍ଥୀ ପ୍ରଚାର କୁ ଜୋରଦାର କରିଛନ୍ତି । ଆଉ ହାତ ଗଣତି ମତଦାନ ପ୍ରକ୍ରିୟା କିଛି ଦିନ ବାକି ଥିବାରୁ ସମସ୍ତେ ଭୋଟରଙ୍କୁ ମନେଇବାରେ ଲାଗିଛନ୍ତି । ବିଜେପି ଠାରୁ ଆରମ୍ଭ କରି ବିଜେଡି ପଯ୍ୟଁନ୍ତ ସମସ୍ତ ନେତା ଏବେ ଉପକୂଳ ବର୍ତ୍ତୀ ଓଡିଶା ଉପରେ ଫୋକସ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଓଡିଶା ଆସୁଛନ୍ତି କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀ । ସେ ବାଲେଶ୍ୱର ନିର୍ବାଚନୀ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ସେ ଜଗତସିଂହପୁର ଜିଲ୍ଲାର ଆୟୋଜନ ସାଧାରଣ ସଭାରେ ଉଦବୋଧନ ଦେବେ ।


