ଆମେରିକାରେ ନୂତନ ରାଷ୍ଟ୍ରଦୂତ ଭାବେ ଦାୟିତ୍ୱ ଗ୍ରହଣ କଲେ ତରଣଜୀତ ସିଂହ ସନ୍ଧୁ

ୱାଶିଂଟନ- ଭାରତର ନୂତନ ରାଷ୍ଟ୍ରଦୂତ ଭାବେ ତରଣଜୀତ ସିଂହ ସନ୍ଧୁ ଆମେରିକାର ୱାଶିଂଟନ ଡିସିରେ ଦାୟିତ୍ୱ ନେଇଛନ୍ତି । ସେ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କ ସ୍ଥାନ ନେଇଛନ୍ତି । ଆମେରିକାରେ ଭାରତର ପୂର୍ବତନ ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ଗତ ଜାନୁଆରୀରେ ଆମେରିକାରୁ ନୂଆଦିଲ୍ଲୀ ଫେରିଆସି ଭାରତର ୩୩ତମ ବିଦେଶ ସଚିବ ଭାବେ ଗତ ଜାନୁଆରୀ ୨୯ରେ ପଦଭାର ଗ୍ରହଣ କରିଛନ୍ତି । ହର୍ଷବର୍ଦ୍ଧନ ଆମେରିକାରରୁ ନୂଆଦିଲ୍ଲୀ ଫେରିଆସିବା ପରେ ଏହି ସ୍ଥାନ ଖାଲି ଥିଲା । ଏହା ପରେ ଭାରତ ସରକାର ତରଣଜୀତ ସିଂହ ସନ୍ଧୁଙ୍କ ନାମରେ ଆମେରିକାରେ ରାଷ୍ଟ୍ରଦୂତ ପାଇଁ ମୋହନ ମାରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ