ସିଏଏ ଓ ଏନଆରସି ର ବିରୋଧରେ ପ୍ରତିବାଦ ସମାବେଶ
ଯାଜପୁର:- ନାଗରିକତ୍ୱ ସଂଶୋଧନ ଆଇନ ପ୍ରତିବାଦରେ ଯାଜପୁରରେ ପ୍ରତିବାଦ ସମାବେଶ । ଆମେ ଭାରତବାସୀ ସଂଗଠନ ପକ୍ଷରୁ ଆୟୋଜିତ ଏହି ପ୍ରତିବାଦ ଶୋଭାଯାତ୍ରା ପୁରା ଯାଜପୁର ସହର ପରିକ୍ରମା କରିଥିଲା । ଦେଶରେ ସିଏଏ ଲାଗୁ କରି ଦେଶରେ ଧର୍ମ ଆଧାରରେ ଭାଗ ଭାଗ କରିବାକୁ କେନ୍ଦ୍ରସରକାର ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ । କେନ୍ଦ୍ରସରକାର ଏଭଳି ଆଇନ ଆଣି ସମ୍ବିଧାନ ବିରୋଧୀ କାର୍ୟ୍ୟକରିଥିବା ଅଭିଯୋଗ କରାଯାଇଥିଲା । ଏହି ଆନ୍ଦୋଳନରେ ମୁଖ୍ୟତଃ ସଂଖ୍ୟାଲଘୁ ଦଳିତ ଏବଂ ବୁଦ୍ଧିଜିବୀ ମାନେ ସାମିଲ ହୋଇ ନିଜର ମତ ରଖିଥିଲେ । ଏଆଇସିସି ପୂର୍ବତନ ସଦସ୍ୟ ପୁଲିନ ପ୍ରକାଶ ପୁହାଣ ଶୋଭାଯାତ୍ରାରେ ସାମିଲ ହୋଇ ତୁରନ୍ତ କେନ୍ଦ୍ରସରକାର ଏହି ଆଇନକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସିପିଆଇ ର ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, କଂଗ୍ରେସ ନେତା ମନୋରଞ୍ଜନ ଦାସ, ସନ୍ତୋଷ ନନ୍ଦ, ରାମଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ସିଏଏ ଓ ଏନଆରସି ର ବିରୋଧରେ ଲୋକ ମାନଙ୍କୁ ମତବ୍ୟକ୍ତ କରିଥିଲେ ।