ସମବାୟ ମନ୍ତ୍ରୀଙ୍କ ବରୀ ବନ୍ୟାଞ୍ଚଳ ପରିଦର୍ଶନ

ବରୀ,(ଚୈତନ୍ୟ ଜେନା) : ଯାଜପୁର ଜିଲ୍ଲା ବରୀ ବ୍ଲକ ରେ ଚଳିତ ବନ୍ୟା  ବ୍ୟାପକ କ୍ଷୟକ୍ଷତି କରିଥିବା ବେଳେ ସବୁଠୁ ଅଧିକ କ୍ଷତି ଚାଷୀ ଭାଇ ମାନଙ୍କ ହୋଇଛି। ଏବେ ବି ବରୀ ଅଞ୍ଚଳର ହେକ୍ଟର ହେକ୍ଟର ଚାଷ ଜମି ରେ ବନ୍ୟା ଜଳ ପ୍ରଭାବିତ ହେଉଛି।।ବନ୍ୟା ଛାଡିବାର ଦୁଇ ସପ୍ତାହ ବିତିଯାଇଥିବା ବେଳେ ଆଜି ରାଜ୍ୟ ସରକାର ଙ୍କ ସମବାୟ ବିଭାଗ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ବରୀ ବ୍ଲକ ଗ୍ରସ୍ତ କରି ବନ୍ୟା ଦ୍ୱାରା ସୃଷ୍ଟି ହୋଇଥିବା ଘାଇ ଗୁଡ଼ିକ ପରିଦର୍ଶନ କରିଛନ୍ତି। ପ୍ରଥମେ ମନ୍ତ୍ରୀ ସଙ୍ଖାରିଗଡା  ଛକ ରେ ପହଂଚିବା ପରେ ଦଳୀୟ କର୍ମୀମାନେ ପୁଷ୍ପଗୁଚ୍ଛ ଦେଇ  ସ୍ୱାଗତ କରିଥିଲେ। ପରେ ମନ୍ତ୍ରୀ କିମ୍ଭିରିଆପାଳ ପଞ୍ଚାୟତ ସ୍ଥିତ ବାଙ୍କସାହି ଘାଇ ପରିଦର୍ଶନ କରିବା ପରେ ବନ୍ୟାରେ ପ୍ରଭାବିତ ହୋଇଥିବା ପରିବାର ଗୁଡିକୁ ଭେଟି ସେମାନଙ୍କ ସମସ୍ୟା ବୁଝିବା ସହ ରିଲିଫ ବଣ୍ଟନ କରିଥିଲେ ପରେ ଅଟିରା ପଞ୍ଚାୟତ ର ଅରୁଆଳ ଘାଇ ବୁଲି ଦେଖିବା ପରେ ବରୀ ପଞ୍ଚାୟତ କାର୍ଯ୍ୟାଳୟ ରେ  ପହଞ୍ଚି  ବନ୍ୟା ବିପନ୍ନ ଙ୍କୁ ରିଲିଫ ବଣ୍ଟନ କରିବା ସହ ବରୀ ବଜାର ଠାରେ ଥିବା ଜଳ ସମ୍ପଦ ଡାକ ବଙ୍ଗଳା ରେ ମଧ୍ୟାହ୍ନ ଭୋଜନ କରି ଫେରିଯାଇଥିଲେ। ମନ୍ତ୍ରୀଙ୍କ ଗସ୍ତ ସମୟରେ   ଯାଜପୁର ଜିଲ୍ଲା ବିଜେପି ସଭାନେତ୍ରି ଦେବଯାନୀ ପ୍ରଧାନ, ରାଜ୍ୟ ବିଜେପି ମୁଖପାତ୍ର ମନୋଜ ମହାପାତ୍ର, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ବରୀ ବିଜେପି ନେତା ଉମେଶ ଜେନା, ଆଶୁତୋଷ ପରିଡ଼ା, ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡିଙ୍କ ସହଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ। ସେପଟେ ବରୀ ବ୍ଲକ ବନ୍ୟାରେ ଚାଷୀ ଭାଇ ମାନଙ୍କ ଅଣ୍ଟା ଭାଙ୍ଗିଯାଇଥିବା ବେଳେ ଚାଷୀ ମାନଙ୍କ କୃଷି ଋଣ ଛାଡ କରିବା ଏବଂ ପ୍ରଶାସନ କ୍ଷୟକ୍ଷତି ଆକଳନ କରି ସହାୟତା ପ୍ରଦାନ କରିବାକୁ ଚାଷୀ ମାନେ ଦାବି କରିଛନ୍ତି।।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ