ମଦ ଦୋକାନ ଉଚ୍ଛେଦ ସହ ମଦ ମୁକ୍ତ ପଞ୍ଚାୟତ ଦାବୀରେ ସୁମଣ୍ଡଳ ଠାରେ ରାସ୍ତା ରୋକ

ବେଗୁନିଆପଡ଼ା : (ଯୁଗାବ୍ଦ ନ୍ୟୁଜ) : ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତରେ ମଦ ଦୋକାନ ବନ୍ଦ ସହ ମଦ ମୁକ୍ତ ପଞ୍ଚାୟତ କରିବା ଦାବୀରେ ଆଜି ଶତାଧିକ ମହିଳା ଓ ପୁରୁଷ ବଣିଆ ବାଡ଼ି ଛକ ଠାରେ ବେଗୁନିଆପଡା – ଅଙ୍ଗାର ଗାଁ ଓ ସୁମଣ୍ଡଳ-ଭେଜିପୁଟ ରାସ୍ତା କୁ ଅବରୋଧ କରି ଆନ୍ଦୋଳନ ଆରମ୍ଭ କରିଛନ୍ତି କ୍ଷ ସେମାନଙ୍କ ଦାବୀ ଅନୁସାରେ ସୁମଣ୍ଡଳ ପଞ୍ଚାୟତ ରେ ଥିବା ସମସ୍ତ ମଦ ଦୋକାନ ଓ ମଦ ଭାଟି ବନ୍ଦ କରିବା କ୍ଷ ଦିନ ପୂର୍ବେ ମହିଳା ମାନେ ରାଲି କରି ଭାଲିଆଝର ଗ୍ରାମର ସମସ୍ତ ସାହି ପରିକ୍ରମା କରି ମଦ ବିରୋଧୀ ସ୍ଲୋଗାନ୍ ଦେବା ସହ ଏହି ଘଟଣା ନେଇ ଗଞ୍ଜମ୍ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଅବକାରୀ ଅଧୀକ୍ଷକ ଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ କ୍ଷ ଏକ ସପ୍ତାହ ପୂର୍ବରୁ ପ୍ରଶାସନ ଆସି ଏହି ଦୋକାନ ର ଅବସ୍ଥିତି ଉପରେ ଅନୁଧ୍ୟାନ କରି ଯାଇଥିଲେ କ୍ଷ ପୁଣି ଆଜିର ଏହି ଆନ୍ଦୋଳନ ପରିସ୍ଥିତିକୁ ସଙ୍ଗୀନ କରିଛି କ୍ଷ ଆଜି ଘଟଣା ସ୍ଥଳରେ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା, କୋଦଳା ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ, ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା, ଅବକାରୀ ବିଭାଗ ଇନ୍ସପେକ୍ଟର ନବସ୍ମିତା ନାୟକ ପ୍ରମୁଖ ଉପସ୍ଥିତ ରହି ବୁଝାବୁଝି କଲେବି ଲୋକ ଧାରଣ ଅବ୍ୟାହତ ରଖିଛନ୍ତି କ୍ଷ ରାସ୍ତା ବନ୍ଦ ହେବା ଯୋଗୁ ଯାନ ବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି କ୍ଷ ଯାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି କ୍ଷ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ