ରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗିତା ଉଦ୍‌ଯାପିତ

ଯାଜପୁର,(ଯୁଗାବ୍ଦ ନ୍ୟୁଜ୍‌): ଯାଜପୁର ଜିଲ୍ଲା ବାଳାଶ୍ରମ ପଡିଆ ଠାରେ ଚାଲିଥିବା ରାଜ୍ୟସ୍ତରୀୟ ରାଜ୍ୟସ୍ତରୀୟ ଅଶୋକ ଦାସ ସ୍ମାରକୀ ପୁରୁଷ ଓ ମହିଳା କବାଡି ପ୍ରତିଯୋଗୀତା ଉଦ୍‌ଯାପିତ ହୋଇଯାଇଛି । ପୁରୁଷ ବିଭାଗରେ କଟକ ଓ ମହିଳା ବିଭାଗରେ କୁଆଖିଆ ଦଳ ଚାମ୍ପିଆନ ହୋଇଥିଲା । ଚଳିତ ବର୍ଷ ଉଭୟ ବର୍ଗରେ ୧୬ଟି ଦଳ ଅଂଶଗ୍ରହଣ କରି ଦିବାରାତ୍ର ମ୍ୟାଚ ଖେଳିଥିଲେ । ଉଦଯାପନି ସଂଧ୍ୟାରେ ଅତିଥି ମାନେ ଉଭୟ ଚାମ୍ପିଆନ ଓ ରନର୍ସ ଅପ ଦଳକୁ ଟ୍ରପିଂ ସହିତ ନଗଦ ରାଶି ପ୍ରଦାନ କରିଥିଲେ । ପୁରୁଷ ବିଭାଗର ପାଂଇନାଲ ମ୍ୟାଚରେ ଯାଜପୁରକୁ ପରାସ୍ତ କରି କଟକ ଦଳ ଚାମ୍ପିଆନ ହୋଇଥିଲା । ସେହିପରି ମହିଳା ବିଭାଗରେ ଯାଜପୁର ଟାଉନ ଦଳକୁ ପରାସ୍ତ କରି କୁଆଖିଆ ଦଳ ଚାମ୍ପିଆନ ହୋଇଥିଲା । ଉଭୟ ମ୍ୟାଚ ସଂଘର୍ଷପୂର୍ଣ୍ଣ ହୋଇଥିଲା । ମ୍ୟାଚର ଶେଷ ମୁହୁର୍ତ ପର୍ଯ୍ୟନ୍ତ ଉପସ୍ଥିତ ଦର୍ଶକ ଖେଳର ମଜା ଉଠାଇଥିଲେ । ମ୍ୟାଚର ଆୟୋଜନ ନେଇ ବେଶ ଖୁସି ବ୍ୟକ୍ତ କରିଥିଲେ ଖେଳାଳୀ । ଗ୍ରାମାଚଂଳରେ କବାଡି ଖେଳର ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ଗତ ବର୍ଷ ଠାରୁ ଏଭଳି ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗୀତା ଆୟୋଜନ କରୁଛି ମା ବିରଜା ୟୁଥ୍ କ୍ଲବ । ଚଳିତ ବର୍ଷ ଭୁବନେଶ୍ୱର,ପିପିଲି,ଢ଼େଙ୍କାନାଳ,ଭଦ୍ରକ ସମେତ ବିଭିନ୍ନ ଜିଲାରୁ ଉଭୟ ବର୍ଗର ୧୬ ଦଳ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଯାଜପୁର ଜିଲାପାଳ ରଂଜନ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳୀ ମାନଙ୍କୁ ପୁରସ୍କୃତ କରିଥିଲେ । ଉଭୟ ବିଭାଗର ଚାମ୍ପିଆନ ଓ ରନର୍ସ ଅପ ଦଳକୁ ନଗଦ ଅର୍ଥ ସହିତ ଟ୍ରପିଂ ପ୍ରଦାନ କରାଯାଇଥିଲା । ଗ୍ରାମାଂଚଳରେ ଏଭଳି ପ୍ରତିଯୋଗୀତା ଆୟୋଜନ ହେଲେ ଅଧିକରୁ ଅଧିକ କବାଡି ଖେଳାଳୀ ବାହାରି ପାରିବେ ବୋଲି ମତ ପ୍ରକାଶ ପାଇଥିଲା । ଏହି ଅବସରରେ ପୂର୍ବତନ ପୌରପାଳ ଭଵ ପ୍ରସାଦ ଦାସ, ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ, ପୂର୍ବତନ ପୌରଉପାଧ୍ୟକ୍ଷ ସନ୍ତୋଷ ମଲିକ, ଯାଜପୁର ବ୍ଲକ ଅଧ୍ୟକ୍ଷ ପ୍ରଦୀପ ନାୟକ, ଦଶରଥପୁର ବ୍ଲକ ଅଧ୍ୟକ୍ଷ ସୁଜାତା ସାହୁ, ବଟକୃଷ୍ଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ପୁରସ୍କାର ବିତରଣ ଅବସରରେ ଶ୍ରେଷ୍ଠ ରାଡାର,କ୍ୟାଚର,ଶୃଙ୍ଖଳିତ ଦଳ ଭାବେ ମଧ୍ୟ ବିଭିନ୍ନ ଖେଳାଳୀଙ୍କୁ ପୁରସ୍କୃତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ