ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ବରୀ,(ଚୈତନ୍ୟ ଜେନା) : ବରୀ ବ୍ଲକ ମନ୍ଦାରୀ ପଞ୍ଚାୟତ ମେଦୁଆକୁଳସ୍ଥିତ ଅଜାଣବନ ଶୋଭନୀୟ ଶିକ୍ଷାଶ୍ରମ କେନ୍ଦ୍ର ପରିସରରେ ଏକ ମାଗଣା ମେଗା ସ୍ୱାସ୍ଥ୍ୟଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ମାଗଣା ମେଗା ସ୍ୱାସ୍ଥ୍ୟ ଶିବିରଟି ପୂର୍ବତନ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସଙ୍କ ପ୍ରତକ୍ଷ୍ୟ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଅସ୍ତିସଲ୍ୟ, ସ୍ତ୍ରୀ ଓ ପ୍ରସୂତି ବିଭାଗ, ଭେସଜ ବିଭାଗ, ସ୍ନାୟୁ ବିଭାଗ, ଦନ୍ତ ଚିକିତ୍ସା ବିଭାଗଓ ଚକ୍ଷୁ ବିଭାଗର ବରିଷ୍ଟ ଚିକିତ୍ସକ ମାନେ ଯୋଗଦେଇ ରୋଗୀ ମାନଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦେବା ସହିତ ଔଷଧ ବଣ୍ଟନ କରିଥିବାର ଦେଖିବାକୁ ମିଳିଛି। ପ୍ରକାଶଥାଉକି ମାନ୍ୟବର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ବାର୍ଷିକ ଅବସରେ (ସେବା ସପ୍ତାହ)ସାରା ଭାରତ ବର୍ଷରେ ପାଳନ କରାଯାଉଥିବା ବେଳେ କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ଡ଼ ରବିନ୍ଦ୍ର ନାରାୟଣ ବେହେରା ଯୋଗଦେଇ ପୂର୍ବତନ ବିଧାୟିକାଙ୍କର ସେବା ସପ୍ତାହ କାର୍ଯ୍ୟକ୍ରମରେ ଏଭଳି ନିଆରା ପ୍ରୟାସ ନିଶ୍ଚିତ ଭାବରେ ଅତ୍ୟନ୍ତ ପ୍ରଶଂସନୀୟ କାର୍ଯ୍ୟ ବୋଲି ମତ ରଖିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ବରୀ ଅଂଚଳର ବହୁ ବୃଦ୍ଧିଯିବି, ଶିକ୍ଷାବିତ, ଅବସର ପ୍ରାପ୍ତ ସେନା କର୍ମଚାରି ସଙ୍ଘ, ସ୍ବେଛାସେବୀ ଓ ଯୁବକ ଯୁବତୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଚିକିତ୍ସକ ଓ ବୃଦ୍ଧିଯିବି ମାନେ ବୃକ୍ଷ ରୋପଣ କରିବା ସହିତ ଆଗାମୀ ଦିନରେ ବରୀ ଅଞ୍ଚଳରେ ଏଭଳି କାର୍ଯ୍ୟକ୍ରମ କରାଗଲେ ଲୋକମାନେ ସ୍ୱାସ୍ଥ୍ୟ ସୁବିଧା ପାଇବା ସହିତ ପରସ୍ପର ମଧ୍ୟ୍ୟରେ ସମ୍ପର୍କ ଯୋଡ଼ି ହୋଇପାରିବ ବୋଲି ମତ ରଖିଛନ୍ତି। କାର୍ଯ୍ୟକ୍ରମକୁ ସଫଳ କରିବା କ୍ଷେତ୍ରରେ ତୁଷାର ଶ୍ୟାନ୍ତି, ବିଜୟକୁମାର ସାହୁ, ବିରେନ ରାଉତ, ଶିବ ପ୍ରସାଦ ଦାସ, ସୋଭାଗ୍ୟ ଜେନା, ରାଜକିଶୋର ମହାନ୍ତି, ପର୍ଶୁରାମ ଜେନା, ସରତ ମହାନ୍ତି, ଦୁର୍ଯ୍ୟୋଧନ ରାୟ, ପୂର୍ଣ୍ଣ ଚନ୍ଦ୍ର ସାମଲ, ବିବେକାନନ୍ଦ ନାଥ ଶର୍ମା, ଦେବାଶିଷ ଜେନାଙ୍କ ସମେତ ଶତାଧିକ ସ୍ୱେଚ୍ଛାସେବୀ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ