ଭଙ୍ଗାଘରେ ଚାଲୁ ନାହିଁ ଅଙ୍ଗନୱାଡି କେନ୍ଦ୍ର- ଟୁକୁନି ସାହୁ

ଭୁବନେଶ୍ୱର:- ଶନିବାର ବିଧାନସଭାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ରାଜ୍ୟରେ କେତୋଟି ଅଙ୍ଗନୱାଡି କେନ୍ଦ୍ର ରହିଛି ସେ ବାବଦରେ ବିସ୍ତୃତ ତଥ୍ୟ ଦେଇଛନ୍ତି । ରାଜ୍ୟରେ ମୋଟ୍ ୭୨ ହଜାର ୫୮୭ଟି ଅଙ୍ଗନୱାଡି କେନ୍ଦ୍ର ଥିବାବେଳେ ୨୭ ହଜାର ୯୧୬ଟି ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ ଗୃହ ନଥିବା ବେଳେ ୧୦ ହଜାର ୪୪୫ଟି ଅଙ୍ଗନୱାଡି କେନ୍ଦ୍ର ନିର୍ମାଣାଧୀନ ଅବସ୍ଥାରେ ରହିଛି । ସେହିଭଳି ୪୪ ହଜାର ୬୭୧ ଅଙ୍ଗନୱାଡିର ନିଜସ୍ୱ ଘର ରହିଛି । ତେବେ ରାଜ୍ୟର କୌଣସି ବି ଅଙ୍ଗନୱାଡି କେନ୍ଦ୍ର ଭଙ୍ଗାଘରେ ଚାଲୁନାହିଁ ବୋଲି ଆଜି ବିଧାନସଭାରେ ତଥ୍ୟ ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ