ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ବାରାଣସୀ ଗ୍ରସ୍ତ

ବାରାଣସୀ:- : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନିଜର ନିର୍ବାଚନ ମଣ୍ଡଳୀ ବାରାଣସୀରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ହେବା ପରେ ସେ ଆଜି ଦ୍ୱିତୀୟ ଥର ଲାଗି ବାରାଣସୀ ଗସ୍ତରେ ଆସିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଆଜି ପୂର୍ବାହ୍ନ ୧୦ଟା ୧୫ ମିନିଟ୍ ସମୟରେ ବାରାଣାସୀର ଲାଲ ବାହାଦୂର ଶାସ୍ତ୍ରୀ ବିମାନବନ୍ଦରରେ ପହଞ୍ଚିଥିଲେ । ବିମାନ ବନ୍ଦରରେ ତାଙ୍କୁ ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦୀ ବେନ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ୱାଗତ ଜଣାଇଥିଲେ । ସେ କାଶୀରେ ଆଜି ୬ ଘଣ୍ଟା ରହିବା ସହ ବିଭିନ୍ନ କାର‌୍ୟ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡ଼ିଛି । ବାରାଣସୀରେ ପହଞ୍ଚିବା ପରେ ମୋଦୀ ପ୍ରଥମେ ଜଙ୍ଗମବାଡ଼ି ମଠକୁ ଯାଇଛନ୍ତି । ସେଠାରେ ଚାଲିଥିବା ବୀର ଶୈବ ମହାକୁମ୍ଭରେ ଯୋଗ ଦେଇଛନ୍ତି ମୋଦୀ। ଏହି କାର‌୍ୟ୍ୟକ୍ରମରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦିୟୁରପ୍ପା ଉପସ୍ଥିତ ଥିବା ଜଣାଯାଇଛି। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଡାବ ଯାଇ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପ୍ରତିମା ଉନ୍ମୋଚନ କରିବେ । ଏହା ଉତ୍ତର ପ୍ରଦେଶର ସର୍ବୋଚ୍ଚ ୬୩ ଫୁଟ୍ ଉଚ୍ଚତାବିଶିଷ୍ଟ ପ୍ରତିମା । ଏଠାରେ ମୋଦୀ ଏକ ସାଧାରଣସଭାରେ ଉଦବୋଧନ ଦେବାର କାର‌୍ୟ୍ୟକ୍ରମ ରହିଛି । ଏହାଛଡ଼ା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ହସ୍ତକଳା ସଂକୁଳଠାରେ ଆୟୋଜିତ ଦୁଇଦିନିଆ କାଶୀ ଏକ ରୂପ ଅନେକ ନାମରେ ଏକ ଦୁଇଦିନିଆ ପ୍ରଦର୍ଶିନୀକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବାର କାର‌୍ୟ୍ୟକ୍ରମ ରହିଛି। ଉତ୍ତରପ୍ରଦେଶରେ ଉତ୍ପାଦିତ ହେଉଥିବା ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀକୁ ସିଧାସଳଖ ଆନ୍ତର୍ଜାତିକ ବଜାରକୁ ପଠାଇବା ପାଇଁ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଛି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ