ଦୁଷ୍କର୍ମରେ ପିଡୀତା ନାବାଳିକାଙ୍କୁ ଅଭିଭାବକ ମାନଙ୍କୁ ହସ୍ତାନ୍ତର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ଶିଶୁ କଲ୍ୟାଣ ସମିତି ଦ୍ୱାରା ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନା ଅଞ୍ଚଳରେ ଘଟିଥିବା ଦୁଷ୍କର୍ମ ଘଟଣାରେ ଦୁଇ ନାବାଳିକାଙ୍କୁ ତାଙ୍କ ଅଭିଭାବକଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଯେ, ଅଡବା ଥାନା ଅଞ୍ଚଳର ଜଣେ ୪ବର୍ଷର ନାବାଳିକା ଘରେ ଏକୁଟିଆ ଥିବାବେଳେ ତାଙ୍କ ପରିବାରଙ୍କ ଅନୁପସ୍ଥିତିରେ କେହିଜଣେ ଅଜଣା ବ୍ୟକ୍ତି ଉକ୍ତ ନାବାଳିକାଙ୍କ ସହ ଦୁଷକର୍ମ କରିଥିଲେ । ତାଙ୍କ ପରିବାର ଲୋକେ ଘରକୁ ଫେରି ସବୁ କଥା ଜାଣିବାପରେ ଏ ସମ୍ପର୍କରେ ମୋହନା ଥାନାରେ ଏକ ଅଭିଯୋଗ ଆଣିଥିଲେ । ପୋଲିସ ପକ୍ଷରୁ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ପିଡୀତା ନାବାଳିକାଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଶିଶୁ କଲ୍ୟାଣ ସମିତିରେ ଉପସ୍ଥାପନ କରାଯାଇଥିଲା । ଏଠାରେ ତାଙ୍କର କାଉନସିଂଲି କରାଯିବା ପରେ ତାଙ୍କୁ ଗୋଟିଏ ଦିନ ନବଜୀବନ ଶିଶୁ ଆଶ୍ରମରେ ରଖାଯିବା ପରେ ତାଙ୍କ ଅଭିଭାବକଙ୍କୁ ହସ୍ତାନ୍ତର କରାଯାଇଥିଲା । ସେହିପରି ଅନ୍ୟ ଏକ ମାମଲାରେ ଅଡବାଥାନା କାଟାମା ଅଞ୍ଚଳର ଜଣେ ୬ବର୍ଷର ନାବାଳିକାଙ୍କୁ କେହି ଜଣେ ନାବାଳକ ଯାହାଙ୍କ ବୟସ ୧୮ବର୍ଷରୁ କମ୍ ବୋଲି ଜଣାପଡିଛି ଦୁଷ୍କର୍ମ କରିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଉକ୍ତ ୬ବର୍ଷର ନାବାଳିକାଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଶିଶୁ କଲ୍ୟାଣ ସମିତିରେ ଉପସ୍ଥାପନ କରାଯାଇଥିଲା । ପରେ ଉକ୍ତ ନାବାଳିକାଙ୍କୁ ମଧ୍ୟ କାଉନସିଂଲିଂ କରାଯାଇ ତାଙ୍କ ଅଭିଭାବକଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ଏହି ଘଟଣାରେ ଅଭିଯୁକ୍ତ ଜଣକ ନାବାଳ ହୋଇଥିବାରୁ ତାଙ୍କୁ ଶିଶୁ କଲ୍ୟାଣ ସମିତି ମାଧ୍ୟମରେ ପାରଳାଖେମୁଣ୍ଡି ସ୍ଥିତ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଉପସ୍ଥାପନ କରାଯାଇଥିଲା ଏବଂ ପରେ ତାଙ୍କୁ ବ୍ରହ୍ମପୁର ଠାରେ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ପଠାଯାଇଥିବାର ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳ ଜଣାଇଛନ୍ତି । ଏହି ମାମଲାରେ ମାମଲାଗୁଡିକର କାଉନସିଂଲିଂ ସମୟରେ ଶିଶୁ କଲ୍ୟାଣ ସମିତିର ହିରଣ୍ୟ ରାଓ ଏବଂ ସଭ୍ୟା ଅଳକା ସାହୁ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ