ଗଞ୍ଜାମର ସୁନା ପୁଅ ଅବିନାଶ
ଭୁବନେଶ୍ବର:- ଷ୍ଟାର୍ ପ୍ଲସ୍ ରେ ପ୍ରସାରିତ ଖାଦ୍ୟଭିତ୍ତିକ ରିୟଲିଟି ସୋ’ ମାଷ୍ଟରସେଫ୍-୬ର ବିଜେତା ହୋଇଛନ୍ତି ଓଡ଼ିଆ ପୁଅ ଅବିନାଶ ନାୟକ । ୨୭ ବର୍ଷୀୟ ଅବିନାଶଙ୍କ ଘର ଆସ୍କାରେ । ମାଷ୍ଟରସେଫ୍ ସୋ’ରେ ଭାଗ ନେବା ଓ ଜିତିବାରେ ଅବିନାଶ ହେଉଛନ୍ତି ପ୍ରଥମ ଓଡ଼ିଆ । ସେ କୋଲକାତାର ୩୫ ବର୍ଷୀୟା ଝିଅ ଓଣ୍ଡ୍ରିଲାଙ୍କୁ ହରାଇ ଏହି ସୋ’ ଜିତିଛନ୍ତି। ପୁରସ୍କାର ଭାବେ ତାଙ୍କୁ ୨୦ ଲକ୍ଷ ଟଙ୍କା ଅବିନାଶଙ୍କୁ ଏକ ‘ଗୋଲ୍ଡେନ୍ ଆପ୍ରୋନ୍’ ବି ମିଳିଛି । ସୋ’ରେ ପ୍ରବେଶ ପର ଠାରୁ ଅବିନାଶଙ୍କ ଖାଦ୍ୟ ପ୍ରସ୍ତୁତି ଦେଖି ବିଚାରକମଣ୍ଡଳୀ ଓ ଦର୍ଶକ ବେଶ୍ ଲୋକପ୍ରିୟ ହୋଇଥିଲେ। ସୋ’ରେ ସେ ‘ଚିକେନ୍ ବେସର’ ପ୍ରସ୍ତୁତ କରି ବିଚାରକମାନଙ୍କୁ ପରଷିଥିଲେ । ଏଥିରେ ବିଚାରକମଣ୍ଡଳୀ ବେଶ୍ ପ୍ରଭାବିତ ହୋଇଥିଲେ । ଉଲ୍ଲେଖଯୋଗ୍ୟ, ପୂର୍ବରୁ ଅନେକ ରୋଷେଇ ପ୍ରତିଯୋଗିତାରେ ଭାଗ ନେଇ ସଫଳ ହୋଇଥିବା ଓଡ଼ିଆ ପୁଅ ଅବିନାଶ ନାୟକ ଶେଷରେ ଜାତୀୟ ଟେଲିଭିଜନ ସଂସ୍ଥା ‘ଷ୍ଟାର୍ ପ୍ଲସ୍’ରେ ଦେଉଥିବା ‘ମାଷ୍ଟର୍ ସେଫ୍’ କ।ର୍ଯ୍ୟକ୍ରମରେ ଡିସେମ୍ବର ମାସରେ ଯୋଗ ଦେଇଥିଲେ। ଇନ୍ଫୋସିସ୍ ରେ ଇଞ୍ଜିନିୟର ଭାବେ ଚାକିରି କରିଥିବା ଅବିନାଶ ପ୍ରତିଯୋଗିତାରେ ଭାଗ ନେଇ ଭୂରି ଭୂରି ପ୍ରଶଂସା କରିଥିଲେ ବିଚାରକମଣ୍ଡଳୀ ।


