କ୍ଷତିଗ୍ରସ୍ତ ଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ସହାୟତା ଘୋଷଣା

ଫୋନୀ ଦ୍ୱାରା ପ୍ରଭାବିତ ହୋଇଥିବା ଉପକୂଳ ବର୍ତ୍ତ ଓଡିଶା ର ଲୋକ ମାନଙ୍କ ପାଇଁ ମୁଖ୍ୟ ମନ୍ର୍ୀ ନବୀନ ପଟ୍ଟନାୟକ ସହାୟତା ପ୍ରଦାନ କରିଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ପୁରୀ, ଖୋର୍ଦ୍ଧା ,କେନ୍ଦ୍ରାପଡା ,କଟକ ,ଜଗତସିଂହପୁର ଜିଲ୍ଲା ରେ ପ୍ରଭାବିତ ଙ୍କୁ ମାଗଣା ଚାଉଳ ,ପଲିଥିନ , ଟଙ୍କା ମିଳିବ । ତେବେ ଅଧିକ ପ୍ରଭାବିତ ହୋଇଥିବା ପୁରୀ ଜିଲ୍ଲା ବାସୀ ଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ୫୦ କିଲୋ ଚାଉଳ ସହ ପଲିଥିନ ଓ ୨୦୦୦ ଟଙ୍କା ସହ ଖୋର୍ଦ୍ଧା ଜିଲ୍ଲା ରେ ପ୍ରଭାବିତ ଙ୍କୁ ୧୦୦୦ ଟଙ୍କା ସହ ଏକ ମାସ ପାଇଁ ଚାଉଳ ଓ ପଲିଥିନ ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ତା ସହିତ କଟକ , ଜଗତସିଂହପୁର , କେନ୍ଦ୍ରାପଡା ରେ ବତ୍ୟା ଫନୀ ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କୁ ୫୦୦ ଟଙ୍କା ର ଆର୍ଥିକ ସହାୟତା ଓ ଅତିରିକ୍ତ ମାସ ପାଇଁ ଚାଉଳ ଓ ରାଜ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯିବ । ଫନି ଦ୍ୱାରା ପ୍ରଭାବିତ ସମସ୍ତ ଜିଲ୍ଲାବାସୀ ଙ୍କୁ ଏକ ମାସ ଅତିିରିକ୍ତ ପେନସନ ସହ ରିଲିଫ କୋଡ ଅନୁଯାୟୀ ଘର ନିର୍ମାଣ ପାଇଁ ଟଙ୍କା ଯୋଗାଇ ଦେବେ ରାଜ୍ୟ ସରକାର । ସମ୍ଫୁର୍ଣ କ୍ଷତି ହୋଇଥିବା ଘର ପାଇଁ ୯୫ ହଜାର ୧୦୦ ଟଙ୍କା ଓ ଆଶିଂକ କ୍ଷତି ଗ୍ରସ୍ତ ପାଇଁ ୫୦୦୦ ଦୁଇ ଶହ ଟଙ୍କା କିଛି ମାତ୍ରା ରେ କ୍ଷତିଗ୍ରସ୍ତ ହୋଇଥିବା ଘର ପାଇଁ ୩୦୦୦ ଦୁଇଶହ ଟଙ୍କା ଦିଆଯିବ । ଏହା ସହ ସମ୍ଫୁର୍ଣ ଭାଙ୍ଗିଯାଇଥିବା ଘର କୁ ରାଜ୍ୟ ଗୃହ ନିର୍ମାଣ ଯୋଜନା ଅନୁଯାୟୀ ନିର୍ମାଣ କରାଯିବ । ଯଦି ପଶୁ , ପକ୍ଷୀ ମାଛ ଚାଷ ସହ ଧାନ ଅନ୍ୟାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ଚାଷ ଗୁଡିକର ସମୀକ୍ଷା କରାଯାଇ ଏହାର କ୍ଷତି ପୂରଣ ଦିଆଯିବ ବୋଲି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ