ଛଅ ଲେନ ବିଶିଷ୍ଟ ହେବ କୋଣାର୍କ ରାସ୍ତା

ଭୁବନେଶ୍ବର : କୋଣାର୍କରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଥିବା ରାସ୍ତାକୁ ରାଜ୍ୟ ସରକାର ୬ ଲେନ ବିଶିଷ୍ଠ କରିବା ପାଇଁ ନିଷ୍ପତି କରିଛନ୍ତି। ଏହି ରାସ୍ତା କୋଣାର୍କ କାକାଟପୁର ରିଙ୍ଗରୋଡର ଲାବଣ୍ୟ ଛକ ଦେଇ ଚନ୍ଦ୍ରଭାଗାକୁ ଯାଇଥିବା ରାସ୍ତାକୁ ପ୍ରସସ୍ଥ କରାଯିବ। ଏଥିପାଇଁ ମାପଚୁପ ଆରମ୍ଭ କରାଯାଇ ଜମି ଅଧିଗ୍ରହଣ କରାଯିବ। ଏହି ରାସ୍ତାର ଡିଭାଡରକୁ ଆକର୍ଷଣୀୟ ଭାବେ ଗଛ ଲଗାଯାଇ ସଜାଯିବ। ଏପରିକି ଏହି ରାସ୍ତାର ଦୁଇଟି ସ୍ଥାନରେ ଫାଉଣ୍ଟେନ କରାଯିବ ବୋଲି ମଧ୍ୟ ନିଷ୍ପତି କରାଯାଇଛି। ଏହି ରାସ୍ତାର ଚଉଡା ୪୧ ମିଟର କରାଯିବା ସହିତ ସାଇକେଲ ଓ ପାଦଚଲା ରାସ୍ତା ପୃଥକ ପୃଥକ ଭାବେ କରାଯିବ। କୋଣାର୍କର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ପ୍ରାରମ୍ଭିକ ଭାବେ ଏହାର ରାସ୍ତା କାମ ଶେଷ କରିବା ପାଇଁ ଚାହିଁଛନ୍ତି। ଏହି କାମ ପାଇଁ ପ୍ରଥମ ପର୍ଯ୍ୟାୟରେ ୨୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ