ରାଜଧାନୀରେ ରୋଡ୍‌ ରୋମିଓଙ୍କୁ ମିଳିଲା ପାନେ

ଭୁବନେଶ୍ବର : ଯୁବତୀଙ୍କୁ ଅସଦାଚରଣ କରିବା ବେଶ୍‌ ମହଙ୍ଗା ପଡ଼ିଲା ଯୁବକଙ୍କୁ । ଅସଦାଚରଣ ପରେ ଯୁବତୀ ଜଣକ ବେଶ୍‌ ଉତ୍ତମ ମଧ୍ୟମ ଦେଇଛନ୍ତି । ବିଚ୍‌ ରାସ୍ତାରେ ରୋଡ୍‌ ରୋମିଓଙ୍କୁ ନିସ୍ତୁକ ଛେଚିଛନ୍ତି ଯୁବତୀ। କଳ୍ପନା ଛକରେ ଅସଦାଚରଣ ଅଭିଯୋଗ ପରେ ନିସ୍ତୁକ ପିଟିଛନ୍ତି ଯୁବତୀ । ମାଡ଼ ପରେ ଯୁବକଙ୍କୁ ଧରି କ୍ୟାପିଟାଲ୍‌ ପୋଲିସ୍‌ର ଜିମା ଦେଇଛନ୍ତି ଲୋକେ । ଯୁବକ ଜଣକ ଘର ଗଞ୍ଜାମ ଜିଲ୍ଲାରେ ବୋଲି ଜଣାପଡିଛି । ପୋଲିସ୍‌ ଅଟକ ରଖି ପଚରାଉଚୁରା କରୁଛି । ରୋଡ ରୋମିଓଙ୍କ ଉତ୍ପାତ ଦିନକୁ ଦିନ ବଢିଚାଲିଥିବାବେଳେ ସେମାନଙ୍କ ପାଇଁ ସ୍ପେଶାଲ୍‌ ଅଫିସର୍‌ ନିଯୁକ୍ତି ହେବା ନେଇ କମିଶନର ସୂଚନା ଦେଇଥିଲେ । ଚଳିତ କମିଶନରେଟ୍‌ ପୋଲିସ୍‌ ପ୍ରତିଷ୍ଠା ଦିବସ ଅବସରରେ ପୋଲିସ୍‌ କମିଶନର ଏହା ସମ୍ପର୍କରେ ୨୫୦ରୁ ଉର୍ଦ୍ଧ୍ବ ମହିଳା ଓ ଛାତ୍ରୀଙ୍କୁ ଏନେଇ ନିଯୁକ୍ତି ମଧ୍ୟ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ