ଦିଲ୍ଲୀର ଦୁଇ କୋଟି ଲୋକ ମୋ ପରିବାର- ଅରବିନ୍ଦ କେଜରିୱାଲ

ନୂଆଦିଲ୍ଲୀ:- ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ରବିବାର ରାମ ଲୀଲା ମୈଦାନରେ ଶପଥ ଗ୍ରହଣ କରିଛନ୍ତି ଅରବିନ୍ଦ କେଜରିୱାଲ । ଶପଥ ନେବା ପରେ ସେ ନିଜ ଅଭିଭାଷଣରେ କହିଛନ୍ତି ଯେ, ଏ ବିଜୟ ମୋର ନୁହେଁ ଆପଣମାନଙ୍କର । ଏହା ପ୍ରତ୍ୟେକ ଦିଲ୍ଲୀବାସୀଙ୍କ ଏହି ବିଜୟ। ନିର୍ବାଚନ ବେଳେ କିଛି ଲୋକ ଆପ୍ କୁ ଭୋଟ ଦେଇଥିଲେ ଏବଂ ଅନ୍ୟ କିଛି ଲୋକ ବିଜେପି ଓ କଂଗ୍ରେସକୁ ଭୋଟ ଦେଇଥିଲେ । କିନ୍ତୁ ଆଜି ମୁଁ ସମସ୍ତଙ୍କର ମୁଖ୍ୟମନ୍ତ୍ରୀ। ବିଜେପି ଓ କଂଗ୍ରେସକୁ ସମର୍ଥନ କରୁଥିବା ଲୋକଙ୍କର ମଧ୍ୟ ମୁଁ ମୁଖ୍ୟମନ୍ତ୍ରୀ। ମୋ ଶାସନ କାଳ ମଧ୍ୟରେ ମୁଁ କଦାପି କାହାରି ସହ ସାବତ ପୁଅ ଭଳି ବ୍ୟବହାର କରିବି ନାହିଁ ଅଥବା ପାନ୍ତରଅନ୍ତର କରିବି ନାହିଁ । ଦେଶରେ ନୂଆ ରାଜନୀତି ଆରମ୍ଭ ହୋଇଛି। ନୂଆ ରାଜନୀତିର ଶଙ୍ଖ ପୁରା ଦେଶରେ ବାଜି ସାରିଛି । ଦିଲ୍ଲୀକୁ କେଜରିୱାଲ ବା କେହି ନେତା ଚଳାଉ ନାହାନ୍ତି । ଶିକ୍ଷକ, ଡାକ୍ତର, ଅଟୋ ଓ ରିକ୍ସା ଚାଳକ, ଛାତ୍ର, ବସ୍ ଚାଳକ, ଦୋକାନୀ ଓ ବ୍ୟବସାୟୀ ମିଶି ଦିଲ୍ଲୀକୁ ଚଳାଉଛନ୍ତି । ଏହି ଲୋକମାନେ ମୁଖ୍ୟ ଅତିଥି ଭାବେ ଆଜି ଏହି ସମାରୋହରେ ସାମିଲ ହୋଇଥିବାରୁ ମୁଁ ବହୁତ ଖୁସୀ । କିଛି ଲୋକ କହୁଛନ୍ତି କେଜରିୱାଲ ସବୁ ମାଗଣାରେ ଦେଉଛନ୍ତି । ଦୁର୍ଲଭ ଜିନିଷର ମୂଲ୍ୟ ନଥାଏ । ମା’ର ମମତା ପିଲା ପାଇଁ ମାଗଣା ହୋଇଥାଏ। ଦିଲ୍ଲୀରେ ନିର୍ବାଚନ ଶେଷ ହୋଇଛି। ଦିଲ୍ଲୀର ଦୁଇ କୋଟି ଲୋକ ମୋ ପରିବାର। ବିନା କୌଣସି ସଙ୍କୋଚରେ ମୋ ପାଖକୁ ଆସିବେ, ମୁଁ ସମସ୍ତଙ୍କ କାମ କରିବି। ଯେକୌଣସି ଜାତି, ଧର୍ମ ଓ ଦଳର ଲୋକ ହୋଇଥାନ୍ତୁ ନା କାହିଁକି, ସମସ୍ତଙ୍କ ସେବା କରିଛି ଏବଂ ଆଗକୁ ମଧ୍ୟ କରିବି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ