କେଜରୀଓ୍ବାଲଙ୍କୁ ପ୍ରଶଂସା କରି ଅଡୁଆରେ ପଡ଼ିଲେ ମିଲିନ୍ଦ

ନୂଆଦିଲ୍ଲୀ : ଦିଲ୍ଲୀରେ ତୃତୀୟ ଥର ପାଇଁ ଅରବିନ୍ଦ କେଜରୀଓ୍ବାଲ ସରକାର ଗଢିଥିବାବେଳେ ଏବେ କେଜରୀଓ୍ବାଲଙ୍କୁ ନେଇ କଂଗ୍ରେସ ଦୁଇ ବଡ ନେତାଙ୍କ ମଧ୍ୟରେ ଟଣାଓଟରା ହୋଇଯାଇଛି। ଅରବିନ୍ଦ କେଜରୀଓ୍ବାଲଙ୍କୁ ପ୍ରଶଂସା କରିବାକୁ ନେଇ କଂଗ୍ରେସ ଜଣେ ଟାଣୁଆ ନେତାକୁ ମହଙ୍ଗା ପଡିଛି। ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ତଥା କଂଗ୍ରେସ ନେତା ମିଲିନ୍ଦ ଦେଓ୍ବରା ଦିଲ୍ଲୀରେ ବିଗତ ପାଞ୍ଚ ବର୍ଷ ମଧ୍ୟରେ ରାଜସ୍ବ ଦୁଇଗୁଣା ହେବା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲଙ୍କୁ ପ୍ରଶଂସା କରିଛନ୍ତି। ଏହି ପ୍ରଶଂସାକୁ ନେଇ ଅଜୟ ମାକେନ୍‌ଙ୍କ ସମେତ ଦିଲ୍ଲୀ କଂଗ୍ରେସର କିଛି ନେତୃବୃନ୍ଦ ମିଲିନ୍ଦଙ୍କୁ ଟାର୍ଗେଟ୍‌ କରିଛନ୍ତି। ଏପରିକି ଅଜୟ ମାକେନ୍‌ ଦେଓ୍ବରାଙ୍କୁ କହିଛନ୍ତି ଯେ, ଯଦି ଆପଣ କଂଗ୍ରେସ ଛାଡିବେ, ତେବେ ଛାଡି ପାରନ୍ତି। ସୂଚନାଯୋଗ୍ୟ, ମିଲିନ୍ଦ ଦେଓ୍ବରା ଟୁଇଟ୍‌ରରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲଙ୍କ ଭାଷଣକୁ ସେୟାର କରି ପାଞ୍ଚ ବର୍ଷରେ ରାଜ୍ୟର ରାଜସ୍ବ ଦୁଇଗୁଣା ହୋଇଥିବାର ଟୁଇଟ୍‌ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ