ସାମୁଦ୍ରିକ ଝଡ ଫୋନିର ମୃତ୍ୟୁ ସଂଖ୍ୟା ୩୭କୁ ବୃଦ୍ଧି
ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ)ସାମୁଦ୍ରିକ ଝଡ ଫୋନି ଆସିଲା ଓ ଚାଲିିଗଲା କିନ୍ତୁ ଛାଡିଦେଇ ଗଲା ଅନେକ ଦୁଃଖ ଓ କଷ୍ଟ । ଧିରେ ଧିରେ ଅଣ୍ଟା ସଳଖଉଛନ୍ତି ଉପକୂଳବର୍ତ୍ତୀ ଓଡିଶା । ଅନ୍ୟପଟେ ଲୋକଙ୍କ ପାଖରେ ପହଁଛିପାରୁ ନାହିଁ ବିଜୁଳି ଓ ପାଣି ର ସୁବିଧା ଫୋନି ରେ ସରକାରୀ ହିସାବରେ ମୃତ୍ୟୁ ସଂଖ୍ୟା ୩୭ ରେ ପହଁଛିଥିବା ବେଳେ ପୁରୀ ଜିଲ୍ଲା ରେ ସର୍ବାଧିକ ୨୧ ଜଣ ମୃତ୍ୟୁ ବରଣ କରିଛନ୍ତି । ଅନ୍ୟପଟେ କେନ୍ଦ୍ରପଡା ରେ ୩ ଓ କଟକ ରେ ୫ ଜଣ ଙ୍କ ମୃତ୍ୟୁ ହୋଇଥିବା ସରକାର ମାନିଛନ୍ତି । ଫୋନି ଦ୍ୱାରା ପାଖାପାଖି ୧୭ଲକ୍ଷ ରୁ ଉଦ୍ଧ୍ୱର୍ ପଶୁପକ୍ଷୀ ମୃତ୍ୟୁ ବରଣ କରିଥିବା ସରକାର ଆକଳନ କରିଛନ୍ତି । ସେପଟେ ବତ୍ୟା ଦ୍ୱାରା ଉପୁଡି ପଡିଥିବା ଗଛ ଗୁଡିକୁ ଲୋକମାନେ ଚାହିଁଲେ କାଟିନେଇ ପାରିବେ ବୋଲି ସରକାର ବିଞପ୍ତି ପ୍ରକାଶ କରି କହିଛନ୍ତି ।


