ଗଜପତି ଘାଟିରେ ଟ୍ରାକ୍ଟର ଓଲଟି, ୨ମୃତ ୨୦ ଆହତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରଶାଦ ପଣ୍ଡା) – ଗଜପତି ଜିଲା ଗୁମ୍ମା ବ୍ଲକ ଗାଇବା ଠାରେ ଏକ ଟ୍ରାକ୍ଟର ଦୁର୍ଘଟଣା ଘଟି ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ଜଣ ଏଥିରେ ଆହତ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଉଖୁରା ପଞ୍ଚାୟତର ଗାଇବା-ମାଲିଆରା ଘାଟିରେ ଗତକାଲି ସନ୍ଧ୍ୟାରେ ଟ୍ରାକ୍ଟର ନଂ ଓଆର୍ ୨୦ ୯୯୮୩ ଓ ଡାଲା ନଂ ୯୯୮୪ରେ ୨୮ରୁ ଉର୍ଦ୍ଧ ଲୋକେ କାଶୀନଗର ବ୍ଲକର ବୁରୁଡିଂ ଗ୍ରାମରୁ ଭୋଜି ଖାଇ ଫେରୁଥିବାବେଳେ କୌଣସି କାରଣରୁ ଦୁର୍ଘଟଣା ଘଟି ଟ୍ରାକ୍ଟରଟି ଓଲଟିଯାଇଥିଲା । ଘଟଣା ସମ୍ପର୍କରେ ସ୍ଥାନୀୟ ଗ୍ରାମବାସୀ ଖବର ପାଇବାପରେ ତୁରନ୍ତ ଦୁର୍ଘଟଣାସ୍ଥଳରେ ପହଞ୍ôଚ ଆହତ ଓ ମୃତକଙ୍କୁ ଉଦ୍ଧାର କରି ପ୍ରଥମେ ଗୁମ୍ମା ସ୍ଥିତ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତିକରିଥିଲେ ଏବଂ ଏହାପରେ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଆମ୍ବୁଲାନ୍ସ ଯୋଗେ ପାରଳାଖେମୁଣ୍ଡି ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରଥିଲେ । ବର୍ତ୍ତମାନ ପାରଳାଖେମୁଣ୍ଡି ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ତଡଭା ଗ୍ରାମର ବ୍ୟକ୍ତିମାନେ ହେଲେ ଜଶିୟ ରଇତ(୧୪), ଅଜୟ ଭୂୟାଁ(୧୬), ଜକୟ ଭୂୟାଁ, ପ୍ରଭାସ ନାଇକା(୧୨), ଆଶିନଥି ନାଇକା(୨୭) ପ୍ରମୁଖଙ୍କ ସମେତ ୨୦ଜଣରୁ ଉର୍ଦ୍ଧ ଆହତ ହୋଇଥିବାର ସୂଚନା ମିଳିଥିବାବେଳେ ମୃତକ ଦୁଇ ଜଣ ହେଲେ ମୁଞ୍ଜୁଲିଗୁଡା ଗ୍ରାମର ଗାନୁ ଭୂୟାଁ(୫୨) ଓ ଭୂୟାଁ ସାହିର କୁରୁଙ୍ଗି ଭୂୟାଁ(୪୫) ବୋଲି ଜଣାପଡିଛି ।