ୱାରା ପ୍ରସାଦଙ୍କୁ ଉତ୍ତମ ସାମର୍ଥ ପୁରସ୍କାର

କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ ): ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲାପାଳ ଆଶୁତୋଷ କୁଳକର୍ଣ୍ଣି ଓ ଜିଲ୍ଲା ଅରକ୍ଷୀ ଅଧିକ୍ଷକ ରାଜ ପ୍ରସାଦଙ୍କ ଉପସ୍ଥିତରେ ଜିଲ୍ଲାର ଉତ୍ତମ ସାମର୍ଥ ପୁରସ୍କାର ଜିଲ୍ଲା ପରିଷଦ ସଭ୍ୟ ବି ୱାରା ପ୍ରସାଦ ରାଓଙ୍କୁ ପ୍ରଦାନ କରାଯାଇଥିବାରୁ ଜିଲ୍ଲାରେ ଭୂଷୟୀ ପ୍ରଶଂସାର ସୁଅ ଛୁଟି ଥିବା ଦେଖିବାକୁ ମିଳିଛି। ଆଜି ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ବିଭିନ୍ନ ସମୟରେ ଘଟୁଥିବା ଦୁର୍ଘଟଣା ଜନିତ ଆହତ ଲୋକଙ୍କୁ ମେଡିକାଲ ପହଞ୍ଚିବା ପାଇଁ ନିଜକୁ ସମର୍ପିତ କରିଥିବା ବ୍ୟକ୍ତି ଶ୍ରୀ ପ୍ରସାଦ ରାଓ ପ୍ରମୁଖ ଭୂମିକା ଓ ଗରିବ ଲୋକଙ୍କ ମୃତ୍ୟୁ ଘଟିଥିଲେ ନିଜ ଏକ ଗାଡି ପ୍ରଦାନ କରି ଶବ ନେବା ପାଇଁ ଓ ଶବ ଦାହ କରିବା ପାଇଁ କାଠ ଜଙ୍ଗଲରୁ କିମ୍ବା ଅନ୍ୟ ଗ୍ରାମରୁ ଆଣି ଠିକ ସମୟରେ ନିଜ ଗୋଟିଏ ଗାଡି ସମର୍ପିତ କରିଥିବା ମହାନ ବ୍ୟକ୍ତିଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାନପତ୍ର ଶହ ଦୁଇ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିବାରୁ ଅଞ୍ଚଳରେ ଭୂଷୟୀ ପ୍ରଶଂସାର ପତ୍ର ହୋଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ