କର୍ମ

କର୍ମ କହିଲେ ଆମର ଚିନ୍ତା ଚେତନା ଓ ଅନୁଭୁତି । କର୍ମ ହିଁ ଇଶ୍ୱର । ଏକ କର୍ମମୟ ପୃଥିବୀର ପରିକଲ୍ପନା ହେବା ଉଚିତ ସମସ୍ତଙ୍କ ଜୀବନରେ ଉଦେ୍ଧଶ୍ୟ । କର୍ମ ଦୁଇ ପ୍ରକାରର ସୁକର୍ମ ଓ କୁକର୍ମ ଉଭୟ ଦେଇଥାନ୍ତି ଜୀବନକୁ କଷ୍ଟ ମାଧ୍ୟମ ପୁର୍ଣ୍ନ ଓ ପାପ । ଆହୁରି ମଧ୍ୟ ରହିଛି ପୁର୍ବ ଜନ୍ମର ପ୍ରାରଦ୍ଧ କଷ୍ଟର କାରଣ । କିନ୍ତୁ ଏହି ପାରଦ୍ଧଜନୀତ କଷ୍ଟ ର ଅବସାନ କରାଯାଇପାରିଥାଏ ମନୁଷ୍ୟର ପୁର୍ଣ୍ମ୍ୟଫଳ । କର୍ମର ଫଳ ସମସ୍ୟା ଜୀବନକୁ ବିଶୃଙ୍ଖଳିତ କରିବା ସହିତ ମନୁଷ୍ୟ କୁ ମଧ୍ୟ ଦେଇଥାଏ ଶାରୀରିକ ଓ ମାନସିକ କଷ୍ଟ । ପରିଣତି ବ୍ୟାଧି କିପରି ସେଥିରୁ ନିବୃତ ହୋଇ ପାଇବା ସୁଖ ଓ ଶାନ୍ତି । ନିଜର ସୁ କର୍ମ ଦ୍ୱାରା ଆମେ ପରିବାର କୁ କରିବା ଶୃଙ୍ଖଳିତ । ମୁଖ୍ୟତଃ ପରିବାରର ମୁଖ୍ୟସ୍ରୋତ – ନାରୀମାନେ ବୟୋଜ୍ୟେଷ୍ଠ ଙ୍କ ସେବା ତଥା ସ୍ୱାମୀ ,ସନ୍ତାନ ,ବନ୍ଧୁ ବାନ୍ଧବ ,ସାହି ପଡୋଶୀ ,ସଖା ସହୋଦର ଓ ସମାଜପ୍ରତି ନିଜର କର୍ତ୍ତବ୍ୟ ସୁକର୍ମ ଓ ଉଜ୍ଜୋଗ ଦ୍ୱାରା ସଦାସର୍ବଦା ସତ ବ୍ୟବହାର ଓ ହସମୁଖର ହୋଇ ସମ୍ଦାନ କରିବା ଉଚିତ । ସ୍ନେହମମତା ବନ୍ଧନରେ ସମସ୍ତଙ୍କୁ ବାନ୍ଧି ଦେବା ପ୍ରେମର ସନ୍ଦେଶ କାରଣ ପ୍ରେମ ହିଁ ଶ୍ବାସତ ଚିରନ୍ତନ ଓ ସତ୍ୟ । ପୁରୁଷମାନ ମଧ୍ୟ ସେମାନଙ୍କର ଯାବତୀୟ କର୍ମ ସୁଚାରୁରୁପେ ତୁଲାଇବାକୁ ସଙ୍ଗେସଙ୍ଗେ ପତ୍ନିଙ୍କ ସମ୍ନାନ ଦେବା ସହିତ ଉଭୟ ମିଶି ପିଲାମାନଙ୍କୁ ସୁଖାଦ୍ୟପେୟ ପ୍ରଦାନ ଖେଳକୁଦରେ ପ୍ରାଧାନ୍ୟ ସୁସଂସ୍କାର ଗୁରୁଜନଙ୍କୁ ସମ୍ମାନ ସୁବିଦ୍ୟା , ଧର୍ମ ଅର୍ଜନ , ଧର୍ମନୀତି ଅବଲମ୍ଭନ ଏବଂ ନମ୍ରତାର ଶିକ୍ଷା ଦେବା ଉଚିତ । ବର୍ତ୍ତମାନ ସମାଜର ଏକ ବଡ ବ୍ୟାଧି ପାଶ୍ଚାତ୍ୟ ସଭ୍ୟତା । ଆମେ ସମସ୍ତେ ବୁୁଝିବା ଉଚିିତ ଯେ ଆମ ସଂସ୍କୃତି ଓ ପରପଂରା ବିଶ୍ୱର କୋଣ ଅନୁକୋଣରେ ଗ୍ରହଣୀୟ । ବିଦେଶୀମାନେ ତ ଆମ ମାଟିକୁ ଅ।।ସି ରାଧାକୃର୍ଷ୍ଣ ହରିନାମ ,ଧ୍ୱନୀ ଦେଉଛନ୍ତି । ,ଆମେ ବା କିପରି ସେଥିରୁ ବାଦ ପଡିବା -ଯାହାକି ଆମର ଏହି ଜନ୍ମ ମାଟିର ସଭ୍ୟତା । ଏହା ହିଁ ତ ମୁକ୍ତିର ବାଟ । ମୁତ୍ୟୁ ପରେ ସଦା ସର୍ବଦା ଶବଶଯ୍ୟା ସମୟରେ ସମସ୍ତଙ୍କ ମୁଖରୁ ଗୋଟିଏ ବାଣୀ ନିସୃତ ହୋଇଥାଏ । –ରାମ ନାମ ସତ୍ୟ ହେ ,-ବାକି ସବୁ ଝୁଟ ହେ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହୁଏ ଯେ ଏ ମିଛମାୟା ସଂସାରରେ ଇଶ୍ୱରଙ୍କ ନାମ ହିଁ ସତ୍ୟ ,କର୍ମ ହିଁ ସତ୍ୟ ଏବଂ ତାଙ୍କ ପ୍ରତି ସମର୍ପଣ ଭାବ ହିଁ ସତ୍ୟ ।

ସରିତା ପଣ୍ଡା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ