ମୁସଲମାନ ସଂପ୍ରଦାୟ ପକ୍ଷରୁସର୍ବଭାରତୀୟ ସୁନି ଇଜତେମା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ
ଯାଜପୁର(ଯୁଗାବ୍ଦ ନ୍ୟୁଜ)ଆସନ୍ତା ୨୯ ତାରିଖରେ ଯାଜପୁର ବାଳାଶ୍ରମ ପଡିଆରେ ମୁସଲମାନ ସଂପ୍ରଦାୟ ପକ୍ଷରୁସର୍ବଭାରତୀୟ ସୁନି ଇଜତେମା କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ । ଏଥିପାଇଁ ଏହାର ସୁଚାରୁପରିଚାଳନା ପାଇଁ ଯାଜପୁର ପୋଲିସ ପକ୍ଷରୁ ଡିଆରଡିଏ ସମ୍ମିଳନୀ କକ୍ଷରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଯାଜପୁର ର ଭାରପ୍ରାପ୍ତ ଜିଲାପାଳ ଇନ୍ଦ୍ରମଣି ନାୟକ,ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ପ୍ରମୁଖ ଉପସ୍ଥିତ ରହି ଶାନ୍ତିକମିଟି ସଦସ୍ୟ ମାନଙ୍କ ଠାରୁ ବିଭିନ୍ନ ପ୍ରସ୍ତାବ ଶୁଣିଥିଲେ । ସେହି ଦିନବ୍ରହ୍ୱବରଦା ଅଂଚଳରେ ଅନ୍ୟ ଏକ କାର୍ୟ୍ୟକ୍ରମ ରହୁଥିବାରୁ ଟ୍ରାପିଂକ ସମସ୍ୟାକୁ ଦୂର କରିବାକୁ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । ବିଭିନ୍ନ ଛକ ବଜାର ଅଂଚଳରେ ବ୍ୟାପକ ପୋଲିସ ମୁତୟନ ହେବା ସହିତ ଯାଜପୁର ସହରର ରାସ୍ତା ଘାଟର ଉନ୍ନତିପାଇଁ ସଂପୃକ୍ତ ବିଭାଗକୁ ନିର୍ଦ୍ଧେଶ ଦିଆଯାଇଥିଲା ।