ଅମିତ ଶାହାଙ୍କ ରୋଡ ସୋ ବେଳେ ପଥରମାଡ ସହ ହିଂସାକାଣ୍ଡ ଓ ଜଳାପୋଡା
କୋଲକତାରେ ରଷ୍ଟ୍ରିୟ ଅଧକ୍ଷ ଅମିତ ଶାହାଙ୍କ ରୋଡ ସୋ ବେଳେ ତୁମୁଳକାଣ୍ଡ ଘଟିଛି । । ମଙ୍ଗଳବାର ଶାନ୍ତି ଶୃଙ୍ଖଳା ଅଣାୟତ ହୋଇଯାଇଛି । ମଙ୍ଗଳବାର ରୋଡ ସୋ ବେଳେ ହୋଇଥିବା ଆକ୍ରମଣରେ ବିଜେପି ସମର୍ଥକ ଓ ସାମ୍ବାଦିକ ମାନେ ଆହାତ ହୋଇଛନ୍ତି । ବିଜେପି କର୍ମୀ ଓ ପୋଲିସ ମଧ୍ୟରେ ଜାଗା ଜାଗାରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଥିଲା । ଅଣାୟତ ହେବାରୁ ପୋଲିସ କୁ ଲାଠିଚାଳନା କରିବାକୁ ବାଧ୍ୟ ହୋଇଥିଲା । କୁହାଯାଉଛି ଅମିତ ଶାହାଙ୍କ ରୋଡ ସୋ ବେଳେ କଲେଜ ଗଳି ଦେଇ ରାସ୍ତା ଅତିକ୍ରମ କରିବା ବେଳେ ହଷ୍ଟେଲରୁ ଅମିତ ଶାହାଙ୍କ ଗାଡି ଉପରକୁ କେହି ଜଣେ ଗାଡି ଉପରକୁ ଟେକା ଫୋପାଡିଥିଲା । ଏହି ଘଟଣା ପରେ ବିଜେପି କର୍ମୀ ମାନେ ସେହି ହଷ୍ଟେଲକୁ ଘେରିରହିଯାଇଥିଲେ । ଏହା ପରେ ପୋଲିସ ଓ କର୍ମୀ ମାନଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଆରମ୍ଭ ହୋଇଥିଲା । ଅମିତ ଶାହାଙ୍କ ରୋଡ ସୋ ବେଳେ ରାସ୍ତାରେ ଲାଗିଥିବା ନରେନ୍ଦ୍ର ମୋଦି ଓ ମମତାଙ୍କ ଫଟୋ ପୋଷ୍ଟର କୁ ବାହାର କରିବା ପରେ ପ୍ରବଳ ଉତେଜନା ସହ ଜଳାପୋଡା ହୋଇଛି ।


