କେଉଁ ସଂସଦୀୟ କ୍ଷେତ୍ର ରେ କେତେ ପ୍ରତିଶତ ଭୋଟ ଗ୍ରହଣ କରାଯାଇଥିଲା
(ଯୁଗାଦ୍ଧ ନ୍ୟୁଜ)ଦିପ୍ତିମୟୀ-ଓଡିଶା ରେ ସରିଛି ୪ ଟି ପର୍ଯ୍ୟୟ ରେ ଭୋଟ ଗ୍ରହଣ । ବିଜେପି , କଂଗ୍ରେସ, ବିଜେଡି ତିନି ପ୍ରମୁଖ ଦଳ ଚଳିତ ନିର୍ବାଚନ ରେ ଅଶଂ ଗ୍ରହଣ କରିଥିଲେ । ନିର୍ବାଚନ ପାଇଁ ପ୍ରଚାର କୁ ଜୋରଦାର କରିଥିଲେ ସମସ୍ତ ରାଜନୈତିକ ଦଳ ଏବଂ ସମସ୍ତ ପ୍ରାର୍ଥୀ ଡୋର ଟୁ ଡୋର ବୁଲି ଭୋଟଭିକ୍ଷା କରୁଥିଲେ । ବିଜେଡି ୨୦ ବର୍ଷ ଭିତରେ ଓଡିଶା ବାସୀ ଙ୍କ ପାଇଁ କଣ କରିିଛି ବିଭିନ୍ନ ନିର୍ବାଚନ ମଣ୍ଡଳୀ ବୁଲି ଦଳ ର ସୁପ୍ରିମ ନବୀନ ପଟ୍ଟନାୟକ ଲୋକ ମାନଙ୍କ ନିକଟରେ ବିଭିନ୍ନ ଯୋଜନା ବିଷୟ ରେ ବଖାଣୁଥିବା ବେଳେ ଭାରତୀୟ ଜନତା ପାର୍ଟି ର ରାଜ୍ୟ ସ୍ତରୀୟ ନେତୃ ମଣ୍ଡଳୀ ମୋଦି ଓଡିଶା କୁ ଯୋଗାଇଥିବା କେନ୍ଦ୍ରୀୟ ଯୋଜନା ସର୍ମ୍ପକରେ ଜନସଧାରଣ ଙ୍କ ନିକଟରେ ରଖିଥିଲେ । ଅନ୍ୟପଟେ କଂଗ୍ରେସ ନିଜର ଇସ୍ତାହାର ମାଧ୍ୟମରେ ଅନେକ ଲୋଭନୀୟ ପ୍ରତିଶୃତି ରଖିଛି ଜନସାଧାରଣ ଙ୍କ ଆଗରେ । ଓଡିଶା ରେ ପ୍ରଥମ ପର୍ଯ୍ୟୟରେ ୪ ଟି ଲୋକସଭା ଓ ଦ୍ୱିତୀୟ ପର୍ଯ୍ୟୟ ରେ ୫ ଟି ଏବଂ ତୃତୀୟ ଏବଂ ୪ର୍ଥ ପର୍ଯ୍ୟାୟ ରେ ୬ଟି ଲେଖାଏଁ ଆସନରେ ଭୋଟ ଗ୍ରହଣ କରାଯାଇଥିଲା ଓଡିଶା ର ନିର୍ବାଚନ ଅଧିକାରୀ ଙ୍କ କହିବା ଅନୁସାରେ ପ୍ରଥମ ପର୍ଯ୍ୟାୟ ରେ ନିର୍ବାାଚନ ୭୩.୮୨ ପ୍ରତିଶତ ହୋଇଥିଲା । କଳାହାଣ୍ଡି ସଂସଦୀୟ ଲୋକସଭା କ୍ଷେତ୍ରରେ ସର୍ବାଧିକ ୭୫.୭୦ ପ୍ରତିଶତ ହୋଇଥିଲା ଏବଂ ଦ୍ୱିତୀୟ ସ୍ଥାନରେ କୋରାପୁଟ ଥିବା ବେଳେ ତୃତୀୟ ସ୍ଥାନ ରେ ବ୍ରହ୍ମପୁର । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ହୋଇଥିବା ୫ ଟି ଲୋକସଭା କ୍ଷେତ୍ର ତତସଲଗ୍ନ ବିଧାନସଭା ମଣ୍ଡଳୀ ପାଇଁ ନିର୍ବାଚନ ହୋଇଥିଲା । ଏହି ପର୍ଯ୍ୟାୟରେ ଭୋଟ ୭୨.୫୬ ପ୍ରତିଶତ ମତଦାନ ହୋଇଥିଲା । ପଶ୍ଚିମ ଓଡିଶା ର ସଂସଦୀୟ ପ୍ରମୁଖ ସଂସଦୀୟ କ୍ଷେତ୍ର ବରଗଡ ରେ ସର୍ବାଧିକ ୭୮.୫୩ ପ୍ରତିଶତ ଭୋଟ ହୋଇଥିଲା । ଏହା ସହିତ ସୁନ୍ଦରଗଡ ରେ ୭୧.୫୩ ଭୋଟ ଗ୍ରହଣ କରାଯାଇଥିଲା ଏବଂ ଏହା ପଛକୁ ବଲାଙ୍ଗିର ରେ ୭୪.୭୦ ମତଦାନ କରାଯାଇଥିଲା । ସେହିଭଳି ତୃତୀୟ ପର୍ଯ୍ୟାୟ ରେ ସମସ୍ତ ଙ୍କ ନଜରେ ଥିବା ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ରେ ଚଳିତ ବର୍ଷ୫୯.୬୦ ପ୍ରତିଶତ ମତଦାନ କରାଯାଇଥିଲା ଏହି ପର୍ଯ୍ୟାୟ ରେ ସମ୍ବଲପୁରରୁ ୭୬.୪୧ ଭୋଟ ପଡିଥିଲା । ଏବଂ କେନ୍ଦୁଝରରେ ସଂସଦିୟ କ୍ଷେତ୍ର ରେ ଅଧିକ ପ୍ରତିଶତ ଭୋଟ ଗ୍ରହଣ କରାଯାଇଥିଲା । ଏବଂ ୪ର୍ଥ ପର୍ଯ୍ୟାୟରେ ୬ ଟି ଲୋକସଭା ଆସନ ତାକୁ ଲାଗି ରହିଥିବା ବିଧାନ ସଭା ନିର୍ବାଚନ ମଣ୍ଡଳୀ ରେ ଭୋଟ ଗ୍ରହଣ କରାଯାଇଥିଲା ଏଥିରେ ୭୭.୩୮ ପ୍ରତିଶତ ଲୋକ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ । ଓଡିଶା ର ସବୁଠୁ ବଡ ଜିଲ୍ଲା ମୟୁରଭଞ୍ଜ ରେ ସର୍ବାଧିକ ୭୭.୦୨ ପ୍ରତିଶତ ଭୋଟ ହୋଇଥିଲା ଏହା ପଛକୁ ସେହିପରି ବାଲେଶ୍ୱରରେ ୭୫.୫୫ ପ୍ରତିଶତ ଭୋଟ ଗ୍ରହଣ କରାଯାଇଥିବା ପରେ ତୃତୀୟ ସ୍ଥାନରେ ଜଗତସିଂହପୁର ଜିଲ୍ଲା ରେ ୭୪.୬୧ ପ୍ରତିଶତ ଭୋଟ ପ୍ରଦାନ କରିଥିଲେ ସାଧାରଣ ଜନତା । ଆଉ ଏବେ ଅପେକ୍ଷା ମେ ୨୩ ତାରିଖକୁ କିଏ କେତେ ପ୍ରତିଶତ ଭୋଟ ପାଇଁ ନିର୍ବାଚନ ବୈତରଣୀ ପାର ହେବ ।


