ଅନ୍ୟକୁ ସେୟାର୍ କରନ୍ତୁନି ଏ ସବୁ ଜିନିଷ

(ଯୁଗାଦ୍ଦ ନ୍ୟୁଜ), ଆମେ ସମସ୍ତେ ଜାଣିଛୁ ଏବଂ ଆମର ବାପା-ମା ପିଲାଟି ଦିନରୁ ଶିକ୍ଷା ଦେଇ ଆସୁଛନ୍ତି ଯେ ସବୁ ଜିନିଷ ସମସ୍ତଙ୍କ ସହ ସେୟାର କରିବା ଉଚିତ । ମାତ୍ର ଆଜି ଆମେ ଆପଣଙ୍କୁ କିଛି ଏଭଳି କଥା ଜଣାଇବୁ ଯେ ଏଭଳି କିଛି ଜିନିଷ ରହିଛି ଯାହା ସେୟାର କରିବା ଆପଣଙ୍କ ପାଇଁ ଖରାପ ।
ଚପଲ : ପ୍ରାୟତଃ ସମସ୍ତ ଲୋକ ଏଭଳି କରିଥାଆନ୍ତି ନିଜର ବାଥରୁମର ବ୍ୟବହୃତ ଚପଲ କିମ୍ବା ବନ୍ଧୁବାନ୍ଧବଙ୍କୁ ବାହାରକୁ ଯିବା ଲାଗି ନିଜର ଚପଲ ଦେଇଦେଇଥାନ୍ତି । ମାତ୍ର ଏହା କରିବା ଆପଣଙ୍କ ପାଇଁ ଉଚିତ ନୁହେଁ । କାରଣ ଏହା କରିବା ଦ୍ୱାରା ବ୍ୟକ୍ତି ଜଣକ ପାଦରେ ଥିବା ସଂକ୍ରମଣରୁ ଆପଣ ମଧ୍ୟ ସଂକ୍ରମିତ ହୋଇପାରନ୍ତି ।

ପାନିଆ : ଅନେକ ସମୟରେ ଦେଖାଯାଏ, ଆମେ ଯେତେବେଳେ ଅଫିସରେ ଥାଉ ତେବେ ଅନ୍ୟ ସାଙ୍ଗସାଥୀଙ୍କ ପାନିଆ ବ୍ୟବହାର କରି ନେଉ ଏହା କରିବା ଆଦୌ ଉଚିତ ନୁହେଁ । କାରଣ ଏହା କରିବା ଦ୍ୱାରା ସେମାନଙ୍କ କେଶରେ ଥିବା ଉକୁଣୀ କିମ୍ବା ରୁପି ସଂକ୍ରମିତ ହୋଇଥାଏ ।
ହେଡ୍ଫୋନ୍ : ଆମେ ଅନେକ ସମୟରେ ସାଙ୍ଗ ସାଥୀ, ଘର ଲୋକ କିମ୍ବା ଅଫିସରେ ପରସ୍ପରଙ୍କ ଇୟର୍ଫୋନ୍ ଏବଂ ହେଡ୍ଫୋନ୍ ବ୍ୟବହାର କରିଥାଉ । ମାତ୍ର ଏହା କରିବା ଦ୍ୱାରା ଅନ୍ୟ ଲୋକଙ୍କ କାନର ମଇଳାରୁ ବ୍ୟାକ୍ଟେରିଆ ଆପଣଙ୍କ କାନରେ ଆସି ଇନ୍ଫେକ୍ସନ ହୋଇଥାଏ ।

ଲିପଷ୍ଟିକ୍ : ଲିପ୍ଷ୍ଟିକ ଭଳି ଜିନିଷ ମହିଳାମାନେ ମିଳିମିଶି ବ୍ୟବହାର କରନ୍ତି । ମାତ୍ର ସାବଧାନ ଏହା ଆପଣଙ୍କ ଶରୀର ପାଇଁ ହିତକର ନୁହେଁ । କାରଣ ଏହା ଦ୍ୱାରା ଅନ୍ୟର ରୋଗ ଆପଣଙ୍କ ଶରୀରରେ ପ୍ରବେଶ କରି ରୋଗ ଉତ୍ପନ୍ନ ହୋଇଥାଏ ।

ତଉଲିଆ: ତଉଲିଆ ହେଉ କି ରୁମାଲ ଅନ୍ୟର ବ୍ୟବହାର କରିବା ଦ୍ୱାରା ସେମାନଙ୍କ ଝାଳରୁ ଜୀବାଣୁ ବ୍ୟାପିଥାଏ ଏବଂ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ତେଣୁ ଏହି ସମସ୍ତ ଜିନିଷ ସେୟାର କରିବା ଉଚିତ ନୁହେଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ