ଭାରତର ସବୁଠାରୁ ଉନ୍ନତମାନର ମୋନୋଲିଥିକ ରିଫ୍ରାକ୍ଟୋରି ଉତ୍ପାଦନ ଲାଇନ ମଧ୍ୟପ୍ରଦେଶର କଟନିଠାରେ ସ୍ଥାପିତ
ଉଚ୍ଚମାନର ଇସ୍ପାତ ଉତ୍ପାଦନ ପାଇଁ ଏହା ଇସ୍ପାତ କାରଖାନାଗୁଡ଼ିକୁ ସହାୟକ ହେବ ।କାରଖାନାର ବାର୍ଷିକ ୪୫୦୦୦ ଟନ କ୍ଷମତା ବିଶିଷ୍ଟ ଏହି କାରଖାନା ଆମଦାନୀର ଏକ ବିକଳ୍ପ ଭାବେ ସହାୟ ହେବ । ନୂଆଦିଲ୍ଲୀ, ମଇ୧୪, ୨୦୧୯- ଡ଼ାଲମିଆ ସେଭେନ୍ ( ଡ଼ାଲମିଆ ଭାରତ ଗ୍ରୁପ ଏବଂ ୟୁରୋପର ସେଭେନ୍ ରିଫ୍ରାକ୍ଟୋରିର ଏକ ମିଳିତ ଉଦ୍ୟୋଗ) ତଥା ଏହି ଗ୍ରୁପ ଅଂଶ ବିଶେଷର ରିଫ୍ରାକ୍ଟୋରି ବ୍ୟବସାୟ ମଧ୍ୟପ୍ରଦେଶର କଟନିଠାରେ ସାତ ଏକର ପରିମିତ କ୍ଷେତ୍ରରେ ଏକ ନୂତନ ନୋଲିଥିକ ରିଫ୍ରାକ୍ଟୋରି ଉତ୍ପାଦନ ଲାଇନର ଆଜି ଶୁଭ ଉନ୍ମୋଚନର ଘୋଷଣା କରିଛି । ଡ଼ାଲମିଆ ସେଭେନ୍ ଭାରତରେ ମୋନୋଲିଥିକର ଏକ ପ୍ରମୁଖ ଯୋଗାଣକାରୀ । ଏହି ନୂତନ ଉତ୍ପାଦନ ଲାଇନ ଭାରତରେ ଏହି ପ୍ରଣାଳୀର
ସର୍ବପ୍ରଥମ କାରଖାନା ଏବଂ ଏହା ବିଭିନ୍ନ ଆଧୁନିକ ମୋନୋଲିଥିକ୍ ରିଫ୍ରାକ୍ଟୋରିସ୍ ଉତ୍ପାନ କରିବା ପାଇଁ ସମ୍ପୂର୍ଣ୍ଣ ଭାବରେ ସୁସଜ୍ଜିତ । ବାର୍ଷିକ ୪୫୦୦୦ ଟନର ବର୍ଦ୍ଧିତ କ୍ଷମତା ସହିତ ଏହି ରିଫ୍ରାକ୍ଟୋରି ଲୌହ ଇସ୍ପାତ ତଥା ସିମେଂଟ ଶିଳ୍ପର ଉଚ୍ଚମାନର ରିଫ୍ରାକ୍ଟୋରି ବୃଦ୍ଧି ପାଉଥିବା ଚାହିଦାକୁ ପୁର୍ଣ୍ଣ କାରିବାରେ ସହାୟ ହେବ ।
ଏହି ଉତ୍ପାଦନ ଲାଇନର ପ୍ରମୁଖତା ଉଚ୍ଚମାତ୍ରାର ସ୍ୱୟଂକ୍ରିୟତା ଯାହା ଉଚ୍ଚମାନର ରିଫ୍ରାକ୍ଟୋରି ଉତ୍ପାଦନ ପାଇଁ ବିଭିନ୍ନ ପ୍ରକାର କଂଚାମାଲକୁ ସଠିକ ମାତ୍ରାରେ ବ୍ୟବହାର କରିଥାଏ । ଏହି ଲାଇନ ସର୍ବନିମ୍ନ ମାନବୀୟ ସହାୟତାରେ ଅଧିକ ପରିମାଣର ଉତ୍ପାଦନ କରିବା ସହିତ ଅତି ଉନ୍ନତ ମାନର ମୋନୋଲିଥିକ ରିଫ୍ରାକ୍ଟୋରି ଉତ୍ପାଦନ ପାଇଁ ଉନ୍ନତ ପ୍ରଯୁକ୍ତି ବିଦ୍ୟା ତଥା ମାନକକୁ ସୁନିଶ୍ଚିତ କରିଥାଏ ।ଏହି ଉନ୍ମୋଚନ ଉପରେ ନିଜର ମତବ୍ୟକ୍ତ କରି ଶ୍ରୀ ସମୀର ନାଗପାଲ, ଗ୍ରୁପ୍ ମୁଖ୍ୟ କାର୍ଯ୍ୟନିର୍ବାହୀ,ରିଫ୍ରାକ୍ଟୋରି ବିଜିନେସ୍, ଡ଼ାଲମିଆ ଭାରତ ଗ୍ରୁପ, କହିଲେ ଭାରତୀୟ ଇସ୍ପାତ ତଥା ସିମେଂଟ ଉତ୍ପାଦନ କ୍ଷେତ୍ରରେ ବିଶ୍ୱସ୍ତରୀୟ ଉନ୍ନତ ଜ୍ଞାନ କୌଶଳ ପ୍ରଦାନ ପାଇଁ ଡ଼ାଲମିଆ ଭାରତ ଗ୍ରୁପ୍ ସବୁବେଳେ ପ୍ରତିଶ୍ରୁତିବଦ୍ଧ । ଏହି ନୂତନ କାରଖାନା କେବଳ ଯେ ଭାରତରେ ଇସ୍ପାତ ଉତ୍ପାଦନର ଗୁଣ ବୃଦ୍ଧିରେ ସହାୟ ହେବ ତାହା ନୁହେଁ, ଏହା ନୂତନ ଜ୍ଞାନ କୌଶଳରେ ନିବେଶ କରିବା ପାଇଁ ଥିବା ଆମର ପ୍ରତିଶ୍ରୁତିକୁ ପୁରଣ କରିବା ସହିତ ଭାରତରେ ବୃଦ୍ଧି ପାଉଥିବା ଭିତିଭୂମି ସଂରଚନ ବିକାଶରେ ମଧ୍ୟ ସହାୟ ହେବ । ଡ଼ାଲମିଆ ଭାରତ ଗ୍ରୁପ୍ ତଥା ସେଭେନ୍ ରିଫ୍ରାକ୍ଟୋରିର ମିଳିତ ସହଯୋଗ ଉପରେ ନିଜ ମତବ୍ୟକ୍ତ କରି ଏରିକ୍ ଯୋବେକ୍, ଗ୍ରୁପ୍ ମୁଖ୍ୟ କାର୍ଯ୍ୟନିର୍ବାହ, ସେଭେନ୍ ରିଫ୍ରାକ୍ଟୋରି, କହିଲେ, ଭାରତର ଏଭଳି ଏକ ବିକାଶର ଅବିରତ ସ୍ରୋତରେ ନିଜକୁ ସାମିଲ କରି ଆମେ ଉତ୍ସାହିତ ଅଛୁ । ଡ଼ାଲମିଆ ଭାରତ ଗ୍ରୁପ୍ ସହିତ ଆମର ସହଯୋଗିତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଏହାକୁ ଆହୁରି ଆଗେଇ ନେବା ଲକ୍ଷ୍ୟ ରଖି ଆମେ ଭାରତୀୟ ଗ୍ରାହକମାନଙ୍କୁ ଉ•ମ ଗୁଣବତା, ଜ୍ଞାନକୌଶଳ, ସେବା ତଥା ଦୃଢ଼ତା ପ୍ରଦାନ କରିବା ପାଇଁ ଆମର ଚେଷ୍ଟା ଅବିରତ ଜାରି ରଖିଛୁ । ଏକ ନୂତନତ ଏବଂ ଭରଷାଦାୟକ ରିଫ୍ରାକ୍ଟୋରି ନିର୍ମାତା ସହାୟତା ବ•ର୍ମାନ ସେମାନଙ୍କ ହାତପାହାନ୍ତାରେ ଉପଲବ୍ଧ ଅଛି ।
ଡ଼ାଲମିଆ ସେଭେନ୍ ସମ୍ପର୍କରେ :
ଡ଼ାଲମିଆ ସେଭେନ୍ ଭାରତରେ ଆଧୁନିକ ମୋନୋଲିଥିକ୍ ଉତ୍ପାଦନ ପାଇଁ ଲମିଆ ଭାରତ ଗ୍ରୁପ୍ ତଥା ସେଭେନ୍ ରିଫ୍ରାକ୍ଟୋରି ୟୁରୋପ୍, ଏକ ମିଳିତ ପ୍ରତିଷ୍ଠାନ । ଡ଼ାଲମିଆ ଭରତ ରିଫ୍ରାକ୍ଟୋରି ବ୍ୟବସାୟର ଆଂଚଳିକ ପହ• ସହିତ ସେଭେନ୍ ଫ୍ରାକ୍ଟୋରି ର ଆଧୁନିକ ଜ୍ଞାନକୌସଳ ସମ୍ମିଶ୍ରଣ କରି ଡ଼ାଲମିଆ ସେଭେନ୍ ଉନ୍ନତ ମାନର ମୋନୋଲିଥିକ ପ୍ରସ୍ତୁତ କାରିପାରୁଛି ଯାହା ଇସ୍ପାତ ସିମେଂଟ, ଆଲୁମିନିୟମ,
ପେଟ୍ରୋକେମିକାଲ ଆଦି ଶିଳ୍ପ ରେ ବ୍ୟବହାର କରାଯାଉଛି ।


