ସୋସିଆଲ ମିଡ଼ିଆ ପାଇଁ ଦିଲ୍ଲୀ ଦଙ୍ଗା
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ମିଥ୍ୟା ଖବର ପ୍ରଚାର ଦିଲ୍ଲୀ ହିଂସାକୁ ବଢ଼ାଇଥିଲା । ସୋସିଆଲ ମିଡିଆରେ ମିଥ୍ୟା ଖବର ପ୍ରଚାର କରିବାକୁ ହାଇଦ୍ରାବାଦର ଜଣେ ଛାତ୍ରଙ୍କୁ ନିର୍ଦ୍ଦେଶ ମିଳିଥିଲା ବୋଲି ଗୁଇନ୍ଦା ସଂସ୍ଥାମାନେ ପ୍ରକାଶ କରିଛନ୍ତି । ଫଳରେ ଦିଲ୍ଲୀ ହିଂସାର ଚେର ହାଇଦ୍ରାବାଦ ପର୍ଯ୍ୟନ୍ତ ଲମ୍ବିଥିବା ନେଇ ଗୁଇନ୍ଦା ସଂସ୍ଥାମାନଙ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ଗୁଇନ୍ଦା ସଂସ୍ଥା ପକ୍ଷରୁ ଏଭଳି ମିଥ୍ୟା ଖବରର ଏକ ତାଲିକା ପ୍ରସ୍ତୁତ କରାଯାଇଛି । ହାଇଦ୍ରାବାଦର ଛାତ୍ରମାନଙ୍କ ଏଭଳି ମିଥ୍ୟା ଖବର ପ୍ରଚାରରେ ନିୟୋଜିତ କରାଯାଇଥିଲା ବୋଲି ଜଣେ ଗୁଇନ୍ଦା ଅଧିକାରୀ ସୂଚନା ଦେଇଛନ୍ତି । ଭିନ୍ନ ହାସଟ୍ୟାଗ ବ୍ୟବହାର କରି ହାଇଦ୍ରାବାଦର ଛାତ୍ରମାନଙ୍କୁ ମିଥ୍ୟା ଖବର ପ୍ରଚାର କରିବାକୁ ନିର୍ଦ୍ଦେଶ ମିଳିଥିଲା । ଏଥିରେ ପାକିସ୍ତାନର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡରେ ମଧ୍ୟ ବ୍ୟବହାର କରାଯାଇଥିଲା ବୋଲି ଅଧିକାରୀ ଜଣଙ୍କ କହିଛନ୍ତି ।