ସଞ୍ଜିତ ମହାପାତ୍ର ମେମୋରିଆଲ କ୍ରିକେଟ, ଶାଳଣିଆଁ ଚମ୍ପିୟନ

ହାଟଡ଼ିହି,  : ଓରାଳି ଠାରେ ଚାଲିଥିବା ସଞ୍ଜିତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇ ଯାଇଛି ।  ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳ ଅଂଶ ଗ୍ରହଣ କରିଥିବାବେଳେ ପଞ୍ଚାୟତ ସ୍ପୋଟିଂ ଶାଳଣିଆଁ ଓ ଅଲହବି କ୍ଲବ ବନ୍ତ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସଜିତି ଶାଳଣିଆଁ ନିର୍ଦ୍ଧାରିତ ୧୫ଓଭରରେ ୨୫୦ରନ ସଂଗ୍ରହ କରିଥିଲା । ତାର ଜବାବରେ ଅଲହବି କ୍ଲବ ବନ୍ତ ୧୪.୩ ଓଭରରେ ସମସ୍ତ ଉଇକେଟ ହରାଇ ୧୪୨ରନ ସଂଗ୍ରହ କରିଥିଲା । ମୃତ୍ୟୁଞ୍ଜୟ ନାୟକ ଓ ଜଗନ୍ନାଥ କର ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ପ୍ରକାଶ ସେଠୀ, ନିର୍ମଳ ଜେନା ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ବ୍ଲକ ବିଜେଡି ସଭାପତି ତଥା ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା, ସମାଜସେବୀ ସୁଧାଶୁଂ ଦକ୍ଷିଣରାୟ, ପ୍ରବଚକ ବାଇଧର ବେହେରା, ଶିକ୍ଷକ ସୁଶାନ୍ତ କୁମାର ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଜୟୀ ଓ ରନର୍ସଅପ ଦଳକୁ ପୁରସ୍କାର ବିତରଣ କରିଥିଲେ । ଉକ୍ତଳମଣି ଗୋପବନ୍ଧୁ ଯୁବକସଂଘର ସଦସ୍ୟମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ