ଆମେରିକା ରାଷ୍ଟ୍ରପତି ନିର୍ବାଚନ: ପ୍ରାର୍ଥୀ ଚୟନ ଦୌଡ଼ରେ ବିଡେନ୍‌ ଆଗୁଆ

ଟେକ୍ସାସ୍‌: ଚଳିତ ବର୍ଷ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ସକାଶେ ଦେଶର ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମଙ୍ଗଳବାର ଡେମୋକ୍ରାଟିକ୍‌ ପାର୍ଟିର ଜୋଏ ବିଡେନ୍‌ ଟେକ୍ସାସ୍‌ରେ ସିନେଟର୍‌ ବର୍ନି ସାଣ୍ଡର୍ସଙ୍କୁ ପଛରେ ପକାଇ ପାରିଛନ୍ତି। ମଙ୍ଗଳବାର ୧୪ଟି ରାଜ୍ୟ ଓ ଗୋଟିଏ ପ୍ରଦେଶର ଭୋଟର୍‌ମାନେ ସେମାନଙ୍କ ପ୍ରାର୍ଥୀ ଚୟନ କରିଥିବା ବେଳେ ଏଥିରେ ବିଡେନ୍‌ଙ୍କୁ ସର୍ବାଧିକ ସମର୍ଥନ ମିଳିଛି। ପୂର୍ବତନ ରାଷ୍ଟ୍ରପତି ବିଡେନ୍‌ଙ୍କୁ ଭର୍ଜିନିଆ, ନର୍ଥ କାରୋଲିନା, ଆଲ୍‌ବାମା, ଟେନ୍‌ସି, ଓକ୍‌ଲାହୋମା, ଆର୍‌କାନ୍‌ସାସ୍‌, ମିନୋସୋଟା, ମାସାଚୁସେଟ୍ସ ଓ ଟେକ୍ସାସ୍‌ରେ ସମର୍ଥନ ମିଳିଥିବା ବେଳେ ବର୍ନିଙ୍କୁ କଲରାଡୋ, ଉତାହ ଓ ତାଙ୍କ ଘରୋଇ ରାଜ୍ୟ ଭେର୍‌ମଣ୍ଟ୍‌ ଆଦିରେ ସମର୍ଥନ ମିଳିଛି। ପ୍ରାଇମେରୀ ସିଜନ୍‌ରେ ବିଡେନ୍‌ଙ୍କ ଏହି ସଫଳତା ଦେଶର ରାଜନୈତିକ ବିଶ୍ଳେଷକମାନଙ୍କୁ ବେଶ୍‌ ତାଜୁବ୍‌ କରିଛି। କାରଣ ୭୮ ବର୍ଷୀୟ ବିଡେନ୍‌ ଶନିବାର ପର୍ଯ୍ୟନ୍ତ ଗୋଟିଏ ବି ସମର୍ଥନ ପାଇ ନ ଥିବା ବେଳେ ଅଚାନକ ୪ ଦିନ ଭିତରେ ୧୦ଟି ରାଜ୍ୟରେ ସମର୍ଥନ ହାସଲ କରିବାରେ ସକ୍ଷମ ହୋଇଛନ୍ତି।
ଆସନ୍ତା ଶନିବାର ସାଉଥ୍ କାରୋଲିନା ପ୍ରାଇମେରୀରେ ପ୍ରାର୍ଥୀଙ୍କ ପ୍ରତି ସମର୍ଥନ ଜାହିର୍‌ କରାଯିବ। ଏଥିରେ ନିଜ ସପକ୍ଷରେ ଅଧିକରୁ ଅଧିକ ଲୋକଙ୍କ ସମର୍ଥନ ହାସଲ କରିବା ପାଇଁ ବିଡେନ୍‌ଙ୍କ ନିକଟରେ ଶେଷ ସୁଯୋଗ ରହିଛି। ଏଥିପାଇଁ ପ୍ରସ୍ତୁତି ସକାଶେ ତାଙ୍କ ପାଖରେ ତିନି ଦିନ ସମୟ ବାକି ଥିବା ବେଳେ ବର୍ତ୍ତମାନ ସମୟରେ ସେ ଦେଶର ସବୁଠାରୁ ବଡ଼ ରାଜନୈତିକ ବ୍ୟକ୍ତିବିଶେଷ ଭାବେ ଉଭା ହୋଇଛନ୍ତି। ମଙ୍ଗଳବାର ବିଡେନ୍‌ ଭର୍ଜିନିଆ ଓ ନର୍ଥ କାରୋଲିନାରେ ହାସଲ କରିଥିବା ସମର୍ଥନ ତାଙ୍କୁ ରାଷ୍ଟ୍ରପତି ଦୌଡ଼ରେ ସାମିଲ୍‌ ହେବାରେ ଯଥେଷ୍ଟ ସହାୟକ ହେବ। ଫଳାଫଳ ଘୋଷଣା ହେବା ପରେ ବିଡେନ୍‌ ଏତେ ମାତ୍ରାରେ ଖୁସି ହୋଇଯାଇଥିଲେ ଯେ ନିଜର ଭଉଣୀଙ୍କୁ ସମସ୍ତଙ୍କୁ ପରିଚିତ କରାଇବା ବେଳେ ଭୁଲ୍‌ବଶତଃ ପତ୍ନୀଙ୍କୁ ଆଗକୁ ନେଇଆସିଥିଲେ। ମଙ୍ଗଳବାରର ବିଜୟ ଫଳରେ ବିଡେନ୍‌ ପ୍ରତିଦ୍ବନ୍ଦ୍ବୀ ସାଣ୍ଡର୍ସଙ୍କ ବିଜୟ ଧାରାରେ ବ୍ରେକ୍‌ ଲଗାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ