ଆଡହକ ଅଧ୍ୟାପକଙ୍କୁ ଆଶ୍ୱସ୍ତି ଦେଲେ ହାଇକୋର୍ଟ

ଭୁବନେଶ୍ୱର: ବିଭିନ୍ନ ସରକାରୀ କଲେଜର ଆଡହକ ଅଧ୍ୟାପକଙ୍କୁ ହାଇକୋର୍ଟ ସାମୟିକ ଆଶ୍ୱସ୍ତି ଦେଇଛନ୍ତି । ଗୁରୁବାର ଆଡହକ ଅଧ୍ୟାପକଙ୍କ ଟର୍ମିନେସନ ଉପରେ ହାଇକୋର୍ଟ ସ୍ଥଗିତାଦେଶ ଦେଇଛନ୍ତି । ଆଡହକ ଅଧ୍ୟାପକଙ୍କ ଟର୍ମିନେସନ ମାମଲାର ଶୁଣାଣି କରି ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଦେଇଛନ୍ତି ।
ପ୍ରକାଶ ଯେ, ଉଚ୍ଚଶିକ୍ଷା ବିଭାଗ ସଚିବଙ୍କ ପକ୍ଷରୁ ଟର୍ମିନେସନ ନୋଟିସ ଜାରି କରାଯାଇଛି । ଆଡହକ ଅଧ୍ୟାପକଙ୍କୁ ବ୍ୟକ୍ତିଗତଭାବେ ଟର୍ମିନେସନ ପାଇଁ ନୋଟିସ ହୋଇଥିଲା । ତେବେ ଏହି ନୋଟିସକୁ ଚ୍ୟାଲେଞ୍ଜ କରି ୨୭ଟି ମାମଲା ରୁଜୁ ହୋଇଥିଲା । ବିଭିନ୍ନ ସରକାରୀ କଲେଜରେ ୧୨୩ ଆଡହକ ଅଧ୍ୟାପକ କାର୍ଯ୍ୟରତ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ