ପାରିବାରିକ ଅଶାନ୍ତିରୁ ଗୃହକର୍ତ୍ତାଙ୍କ ଆତ୍ମହତ୍ୟା

କୁଆଖିଆ (ଜୁଗାବ୍ଦ ନ୍ୟୁଜ୍‍): କୁଆଖିଆ ଥାନା ଅନ୍ତର୍ଗତ ରସୁଲପୁର ଗ୍ରାମର ନବଘନ ପରିଡା (୫୦) ପାରିବାରିକ ଅଶାନ୍ତି କାରଣରୁ ଆତ୍ମହତ୍ୟା କରିଥିବା ଜଣାଯାଇଛି । ସେ ସୋମବାର ଥିମେଟ ନାମକ ବିଷ ଖାଇଦେବାରୁ ଗୁରୁତର ହୋଇପଡ଼ିଥିଲେ । ପରିବାର ଲୋକେ ତାଙ୍କୁ ସ୍ଥାନୀୟ ମଧୁବନ ଡାକ୍ତରଖାନାକୁ ନେଇଥିଲେ । ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତର କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଆଜି ନବଘନର ଶବ ବ୍ୟବଚ୍ଛେଦ ହୋଇ ଗ୍ରାମକୁ ଆସିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ