ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୪ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ମାଗଣା ସ୍ୱାସ୍ଥ୍ୟ ଶିବିର
ଛତ୍ରପୁର : ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୪ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଛତ୍ରପୁର ବିଜୁ ଜନତା ଦଳ ଏବଂ ଭୁବନେଶ୍ୱର ଆପୋଲୋ ହସପିଟାଲର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଶିବ୍ କୁମାର ପଟ୍ଟନାୟକ ରିଡ଼ିଂ ରୁମ୍ ପରିସରରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଉଦ୍ୟମରେ ଆଜି ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ କ୍ୟାନସର, ଅସ୍ଥିଶଲ୍ୟ, ମଧୁମେହ, ସ୍ନାୟୁ ଓ ମସ୍ତିସ୍କ, ଇସିଜି, ହୃଦରୋଗ ବିଭାଗର ସମସ୍ତ ଡାକ୍ତର ଉପସ୍ଥିତ ରହି ନିର୍ବାଚନ ମଣ୍ଡଳୀର ୪୦୦ରୁଉର୍ଦ୍ଧ୍ୱ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହି ଶିବିରକୁ ରାଜ୍ୟ କୃଷି ବିପଣନ ନିଗମର ଉପଦେଷ୍ଟା ତଥା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଯୋଗ ଦେଇ ଶୁଭାରମ୍ଭ କରିବା ସହ ଲୋକ ମାନଙ୍କୁ କିପରି ସଠିକ୍ ଭାବେ ସେବା ଯୋଗାଇ ଦେବା ଉପରେ ଆଲୋକପାତ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ଓ ଆଦିକନ୍ଦ ସେଠୀ, ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷ ଏମ୍. ଧନଜଂୟ ରେଡ୍ଡି, ଉପାଧ୍ୟକ୍ଷ ଅମିତା ସାହୁ, ଜିଲ୍ଲା ପରିଷଦ ସଭ୍ୟ ଏସ୍. କିଶୋର ରେଡ୍ଡି ଓ ପ୍ରମୋଦ କୁମାର ପ୍ରଧାନ, ପୂର୍ବତନ ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷ ଭଗବାନ ବେହେରା,ପୂର୍ବତନ ଗଂଜାମ ବ୍ଲକ ଅଧ୍ୟକ୍ଷ ରଘୁନାଥ ସାହୁ, ବିଜେଡି ଜିଲ୍ଲା ସମ୍ପାଦକ ମନୋଜ କୁମାର ପାଢୀ, ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ରବିନ୍ଦ୍ରନାଥ ପଣ୍ଡା, ଜି. ଦିଲେଶ୍ୱର ରେଡ୍ଡି, ନାରୀ ନେତ୍ରୀ ସୁବର୍ଣ୍ଣମାଳା ବିଷୋୟୀ, ଛତ୍ରପୁର ବ୍ଲକ ମହିଳା ବିଜେଡି ସଭାନେତ୍ରୀ ନମିତା ମହାରଣା, ପୂର୍ବତନ ବ୍ଲକ୍ ବିଜେଡି ସଭାପତି ପ୍ରବାସୀ ପ୍ରଧାନ, ବଡ଼ମାଧପୁର ସରପଂଚ ଶରତ ଖୁଂଟିଆ, ବିପୁଳିଙ୍ଗ ସରପଂଚ ଟି. ନରସିଂହ ରେଡ୍ଡି, କାଳିଆ ନାହାକ, ସରକାରୀ ଓକିଲ ଭୈରବୀ କୁମାର ପଟ୍ଟନାୟକ, ଡ଼ମିନାଥ ସାହୁ, କାଳୀ ପ୍ରସାଦ ଦାଶ, ସୁରେଶ ପଣ୍ଡା, ପ୍ରଦୀପ ପାତ୍ର, ଯୁବନେତା ଅଟଳ ବିହାରୀ ପଟ୍ଟନାୟକ, ଉମା ରେଡ୍ଡି, ପୂର୍ବତନ କାଉନସିଲର କିଶେର ଚନ୍ଦ୍ର ସେନାପତି, ପୂର୍ବତନ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରାଙ୍କ ସମେତ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡ଼ି ନେତା ଓ କର୍ମୀ ଏବଂ ବିଜୁ ଯୁବ ବାହିନୀର ସଦସ୍ୟମାନେ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ ।