ମାର୍ଚ୍ଚ ୩୧ ସୁଦ୍ଧା ଜଗନ୍ନାଥଙ୍କ ଟଙ୍କା ଫେରାଇବାକୁ ଡେଡ୍ ଲାଇନ

ଭୁବନେଶ୍ୱର : ୟେସ୍ ବ୍ୟାଙ୍କର ଦେବାଳିଆ ପରିସ୍ଥିତିରେ ଜଗନ୍ନାଥଙ୍କର ୫୪୫ କୋଟି ଟଙ୍କା ଆଉ ଫେରି ପାଇବା ନେଇ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମନରେ ଏକ ପ୍ରକାର ସନ୍ଦେହ ସୃଷ୍ଟି ହୋଇଛି । ପ୍ରଭୁ ଜଗନ୍ନାଥଙ୍କର ହୁଣ୍ଡିର ଟଙ୍କା କେବଳ ଜାତୀୟକରଣ ବ୍ୟାଙ୍କରେ ରହିବାର ନିୟମ ଥିବାବେଳେ ସରକାରଙ୍କର କିଛି ଅସାଧୁ ଅଧିକାରୀ ବେଆଇନ୍ ଭାବରେ କୋଟି କୋଟି ଟଙ୍କାର କିକ୍‌ବ୍ୟାକ କରି ଏହି ଟଙ୍କାକୁ ନେଇ ୟେସ୍ ବ୍ୟାଙ୍କରେ ରଖିଥିଲେ । କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହିତ ଖେଳି ସମସ୍ତ ଦାନ ଅର୍ଥକୁ ଅଧିକ ସୁଧ ପାଇବା ଦର୍ଶାଇ ଏପରି କରିବା ଯେ କେତେଦୂର ଗର୍ହିତ ଅପରାଧ ତାହା !ବର୍ତ୍ତମାନ ଜନସାଧାରଣଙ୍କର ପ୍ରତିକ୍ରିୟାରୁ ସ୍ପଷ୍ଟ ବାରି ହୋଇପଡ଼ୁଛି । ତତ୍କାଳୀନ ମନ୍ଦିର ପ୍ରଶାସନିକ ଅଧିକାରୀ ପ୍ରଦୀପ୍ତ ମହାପାତ୍ର ଓ ଚାଟାର୍ଡ଼ ଆକାଉଣ୍ଟାଣ୍ଟ ବିଜୟ ସାହୁଙ୍କ ମିଲି ଭଗତରେ ଏହି ଟଙ୍କା ଜାତୀୟକରଣ ବ୍ୟାଙ୍କରୁ ଉଠାଇ ୟେସ୍ ବ୍ୟାଙ୍କ ଭଳି ପ୍ରାଇଭେଟ ବ୍ୟାଙ୍କରେ ରଖି ଓ ମନ୍ଦିର ପରିଚାଳନା କମିଟିକୁ ଅନ୍ଧାରରେ ରଖି ଉଭୟ ୬% ପିସି ଖାଇ ଏପରି କରିଥିବାର ସାଧାରଣରେ ଅଭିଯୋଗ ହୋଇଛି । ଏହି ଟଙ୍କାରେ ବିଦେଶ ଭ୍ରମଣ କରିବା ସହିତ ଜମି କିଣିବା ଓ ବେସରକାରୀ ସ୍କୁଲ୍‌ରେ ବିନିଯୋଗ କରିବା ମଧ୍ୟ ନଜିର ଆସିଲାଣି । ବିଜୟ ସାହୁଙ୍କ ମାଲକାନଗିରିରେ ଥିବା ସାଇ ଇଣ୍ଟରନ୍ୟାସନାଲ ସ୍କୁଲ୍‌ର ଦ୍ୱିତୀୟ କ୍ୟାମ୍ପସକୁ ୟେସ୍ ବ୍ୟାଙ୍କ ମଧ୍ୟ ୩୦ କୋଟି ଟଙ୍କାରୁ ଅଧିକ ଋଣ ପ୍ରଦାନ କରିବା, ଏହି ଘଟଣାକୁ ଆହୁରି ସନ୍ଦେହ ଭିତରକୁ ଟାଣିନେଉଛି । ବର୍ତ୍ତମାନ ଟଙ୍କା ଫେରିବାର ସମ୍ଭାବନା କ୍ଷୀଣ । ଏପରି ସ୍ଥିତିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି ଟଙ୍କା ମନ୍ଦିର ପ୍ରଶାସକକୁ ପ୍ରଦାନ କରନ୍ତୁ ଏବଂ ଦୋଷୀ ଅଧିକାରୀଙ୍କୁ ଦିଆଯାଇଥିବା ବିଭିନ୍ନ ପଦବୀରୁ ବହିଷ୍କାର ସହିତ ଏଥିରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଗିରଫ କରିବାକୁ ଦାବୀ କରିଛି “ଆମ ଜନତା ଅଧିକାର ସଂଗଠନ” । ଗତ ୧୩ ତାରିଖ ଦିନ ରାଜ୍ୟ ଓ ରାଜ୍ୟ ବାହାରର ୨୦୦ରୁ ଅଧିକ ସାମାଜିକ କର୍ମୀଙ୍କୁ ନେଇ ବିଦ୍ଧିବଦ୍ଧ ଭାବରେ ଏହି ଅଣରାଜନୈତିକ ସଂଗଠନ ପୁରୀଠାରେ ଆନୁଷ୍ଠାନିକ ଭାବରେ ଗଠନ ହେବା ସହିତ ଜଗନ୍ନାଥଙ୍କ ନିକଟରେ ଏହି ଉଦ୍ଦେଶ୍ୟରେ ଦୀପଦାନ କରିଥିଲେ । ଏହା ସହିତ ସିଂହଦ୍ୱାର ଥାନାରେ ମଧ୍ୟ ସଂଗଠନ ଏକ ଏତଲା ଦାୟର କରିଥିଲା । ଆଜିର ସାମ୍ବାଦିକ ସମ୍ମିଳନୀରେ ଘୋଷଣା ହେବାର ଥିଲା ଏହି ଯେ, ଆସନ୍ତା ୧୬ ତାରିଖ ଠାରୁ ଟଙ୍କା ନ ଫେରିବା ପର୍ଯ୍ୟନ୍ତ ସମଗ୍ର ଓଡ଼ିଶାର ପୁରପଲ୍ଲୀରେ ସତ୍ୟାଗ୍ରହ ଆରମ୍ଭ ହେବ । କିନ୍ତୁ ସତ୍ୟାଗ୍ରହକୁ ପୋଲିସ୍ ମଞ୍ଜୁର ନଦେବା, ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ଓଡ଼ିଆମାନେ ଏକାଠି ହୋଇ ସରକାରଙ୍କୁ ଘେରିବା ଭୟରେ ଓଡ଼ିଶା ରାଜ୍ୟ ସରକାର କୋରନା ମହାମାରୀ ଘୋଷଣା କରି ଆମ ଜନତା ଅଧିକାରର ଏଭଳି କାର୍ଯ୍ୟକ୍ରମକୁ ଦବାଇ ଦେବା ପାଇଁ ଯେଉଁ ଘୋଷଣା କଲେ ସେଥିରେ ସାଧାରଣ ଜନତାଙ୍କ ମଧ୍ୟରେ କରୋନାକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି ଏବଂ ଏଥିସହ ସମଗ୍ର ଓଡ଼ିଶାରେ ସ୍ୱତଃ ଏମରଜେନ୍ସି ଜାରି ହୋଇ ଲୋକମାନଙ୍କର ଗଣତାନ୍ତ୍ରିକ ଅଧିକାର କ୍ଷୁର୍ଣ୍ଣ ହୋଇଯାଇଛି । ଏଥିପାଇଁ ଆସନ୍ତା ୧୬ ତାରିଖ ଠାରୁ ଓଡ଼ିଶାର ସମସ୍ତ ମନ୍ଦିରରେ ଏବଂ ନିଜ ନିଜ ଘରେ ଦୀପ ଦାନ କରି କାଳିଆ ଟଙ୍କା ଫେରିବା ପ୍ରାର୍ଥନ କରିବା ପାଇଁ ପ୍ରତ୍ୟେକ ଗୁରୁଜନ ଭାଇଭଉଣୀ, ମା,ମାଉସୀ, ଏସ୍‌ଏଚ୍‌ଜି ମହିଳାମାନଙ୍କୁ ନିବେଦନ କରାଯାଉଛି । ପଲ୍ଲୀ ଠାରୁ ଜିଲ୍ଲା ସାରା ସବୁ ଅଞ୍ଚଳରେ ସାମୁହିକ ଦୀପଦାନ କରି ଟଙ୍କା ଫେରି ପାଇବା ପାଇଁ ଏପରି କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବା ସହ ଆସନ୍ତା ୩୧ ମାର୍ଚ୍ଚ ତାରିଖ ସୁଦ୍ଧା କାଳିଆର ଟଙ୍କା ନଫେରାଇଲେ ଏପ୍ରିଲ ୧ ଉତ୍କଳ ଦିବସ ଠାରୁ ଟଙ୍କା ଫେରିବା ପାଇଁ ସତ୍ୟାଗ୍ରହ ଆରମ୍ଭ ହେବ ବୋଲି ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆମ ଜନତାର ଆବାହକ ମନୋଜ ଜେନା, ସହ ଆବାହକ ବାସୁଦେବ ଭଟ୍ଟ, ସାଧାରଣ ସମ୍ପାଦକ ଲଲାଟେନ୍ଦୁ ଶତପଥୀ, ପ୍ରସନ୍ନ ବିଷୋୟୀ, ଜେ. ଜଗବନ୍ଧୁ ଜେନା, ବିଜୟ ମହାପାତ୍ର, ରାଜୀବ ପଟ୍ଟନାୟକ, ସତ୍ୟବ୍ରତ ଜେନା, ଅଜିତ ଦାସ, ଭକ୍ତି ରଞ୍ଜନ ପଲାଇ, ପ୍ରଣତି ସ୍ୱାଇଁ, ରମେଶ ଭାରତୀଙ୍କ ସହ ସମସ୍ତ କୋର୍ କମିଟିଙ୍କ ଉପସ୍ଥିତରେ ଏହା ନିବେଦନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ