ଏନଏ ସିରେ ଭୋଟର ତାଲିକାରୁ ନାମ ବାଦ ଦେବାକୁ ନେଇ ଅଭିଯୋଗ

ଧାମନଗର (ଓ୍ବାଇଏନଏସ): ଧାମନଗର ଏନ ଏ ସି ରେ ଭୋଟର ତାଲିକାରୁ ନାମ ବାଦ ଦେବାକୁ ନେଇ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଏହି ସମ୍ବେଦନଶୀଳ ଘଟଣାକୁ ନେଇ(ବି.ଏଲ୍.ଓ)ମାନଙ୍କ ମଧ୍ୟରେ ରହିଛନ୍ତି ବୁଥ୍ ନଂ ୧୬୪ର ଜୟନ୍ତୀ ଜେନା,୧୬୫ର ମମିତା ମହାପାତ୍ର,୧୭୧ର ଝରଣା ଜେନା,୧୬୬ର ମଞ୍ଜୁଲତା ସେଠୀ,୧୭୩ର ଜୁଗୁନୁ ବେଗମ, ୧୫୩ର ନିରୂପମା ତ୍ରିପାଠୀ,୧୫୧ର ଏସ୍‌.କେ କୁତୁବୁଦ୍ଦିନ ଆହମ୍ମଦ,୧୫୫ର ବେଞ୍ଜାଲତା ମାଝୀ,୧୬୯ର କମଳା ସେଠୀ,୧୬୮ର ବବିତା ମଲ୍ଲିକ ପ୍ରମୁଖ ଶନିବାର ଭଦ୍ରକ ଅତିରିକ୍ତ ଜିଲ୍ଲାପାଳଙ୍କୁ ବି ଏଲ୍ ଓ ମାନେ ଭେଟି ଏନଏସିର ୧୦ ବୁଥରେ ଫର୍ମ ୭ ମାଧ୍ୟମରେ ନାମ ବାଦ୍ ହେବନାହିଁ ଲିଖିତ ପ୍ରତିଶ୍ରୁତି ଦେଲେ-କାର୍ଯ୍ୟକରିବୁ ବୋଲି ଜିଲ୍ଲାପାଳଙ୍କୁ ଲିଖିତ ଜଣାପଡିଛି ବୋଲି ବି ଏଲ୍ ଓ ମାନେ ସୂଚନା ଦେଇଛନ୍ତି। ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା (ଏ.ଆର.ଓ ) ସନ୍ତୋଷ କୁମାର ନାୟକ ୬ ଜଣ ସୁପରଭାଇଜର ମାଧ୍ୟମରେ ବିଏଲଓମାନଙ୍କୁ ସନ୍ଧ୍ୟା ୭ଟାରେ ଅଫିସକୁ ଆସି ଫର୍ମ-୭ରେ କାର୍ଯ୍ୟ କରିବା ପାଇଁ ଚାପ ପ୍ରୟୋଗ ହେଉଥିବା ଅଭିଯୋଗ ଏବେ ଥାନାରେ ପହଞ୍ଚିଛି। ପୂର୍ବ ଦିନ ତଥା ଏନେଇ ଶୁକ୍ରବାର ପୂର୍ବାହ୍ନ ୧୧ଟା ସମୟରେ ଅଧିକାରୀ ଶୁଭ୍ରଜିତ ଦାଶଙ୍କୁ ବି.ଏଲ୍.ଓ ସେମାନେ ଲିଖିତ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି ବୁଥୱାରୀ ତଥ୍ୟ ଅନୁଯାୟୀ ୧୦ଟି ବୁଥରେ ମୋଟ ୧୪୬୮ଟି ଫର୍ମ-୭ ଆବେଦନ ଥିବା ଉଲ୍ଲେଖ ରହିଛି। ଏତେ ସଂଖ୍ୟକ ଫର୍ମ-୭ ଆବେଦନ କେଉଁ ମୋବାଇଲ୍, କମ୍ପ୍ୟୁଟର କିମ୍ବା ଅନ୍ୟ ଡିଭାଇସ୍‌ରୁ ଅପଲୋଡ୍ ହୋଇଛି,ତାହାର ତଦନ୍ତ କରିବାକୁ ଦାବି କରିଛନ୍ତି। ବିଏଲଓମାନଙ୍କ ଉପରେ ବାରମ୍ବାର ଚାପ ପକାଇ ଏବଂ ଭୋଟରଙ୍କ ଓଟିପି ବେବହାର କରି ଫର୍ମ – ୭ ମାଧ୍ୟମରେ ଭୋଟର ତାଲିକାରୁ ନାମ ବାଦ ଦେବାକୁ ଉଦ୍ୟମ ହୋଇଥିବା ଏତଲାରେ ଅଭିଯୋଗ ହୋଇଛି। ନିୟମାନୁସାରେ କ୍ଷେତ୍ର ପରିଦର୍ଶନ କରିବାକୁ ଦାବି କରିଥିବା କେତେକ ବିଏଲଓଙ୍କୁ କାରଣ ଦର୍ଶାଅ ନୋଟିସ ଏବଂ ଚାକିରିଗତ କାର୍ଯ୍ୟାନୁଷ୍ଠାନର ଭୟ ଦେଖାଇ ଚାପ ପ୍ରୟୋଗ କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଭୋଟର ତାଲିକା ସହ ଜଡ଼ିତ ଏହି ଗୁରୁତର ଅଭିଯୋଗକୁ ନେଇ ଧାମନଗରରେ ଚର୍ଚ୍ଚା ଜୋର ଧରିଛି। ତେବେ ଏତଲାରେ ଉଠିଥିବା ସତ୍ୟାସତ୍ୟ ପୋଲିସ ଏବଂ ସମ୍ପୃକ୍ତ ନିର୍ବାଚନ କର୍ତ୍ତୃପକ୍ଷଙ୍କ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ସୂଚନା ଥାଉକି କାର୍ଯ୍ୟ ନିର୍ବାହୀ ଅଧୂକାରୀଙ୍କ ବିରୋଧରେ ପୂର୍ବରୁ ଦୁଇଟି ମାମଲା ରୁଜୁ ଲାଗି ଧାମନଗର ଥାନାରେ ଅଭିଯୋଗ ଅଭିଯୋଗଗୁଡ଼ିକର ହୋଇଥିବା ବେଳେ ପୁଣି ଶୁକ୍ରବାର ତାଙ୍କ ନାଁରେ ଅଭିଯୋଗ ହେବା ପରେ ଘଟଣାକୁ ନେଇ ନାନାଦି ପ୍ରଶ୍ନବାଚୀ ସୃଷ୍ଟି କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ