କୋରୋନା ପାଇଁ ସତର୍କତା
କୋରୋନା ଭାଇରସ ବିଶ୍ବରେ ଏଭଳି ଭାବେ ଆତଙ୍କ ମଚାଇଛି ଯେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏହାକୁ ମହାମାରୀ ଘୋଷିତ କରିଛି। ଏହି କାରଣରୁ ଭାରତରେ ୩୫ ଦିନ ପାଇଁ ବିଦେଶୀଙ୍କ ଏଣ୍ଟ୍ରି ବନ୍ଦ କରି ଦିଆଯାଇଛି। ସେହିପରି ଦିଲ୍ଲୀର ସିନେମାଘର, ସ୍କୁଲ୍, କଲେଜ୍, ପବ୍ଲିକ୍ ଟ୍ରାନ୍ସପୋର୍ଟ ଓ ରାଷ୍ଟ୍ରପତି ଭବନକୁ ମଧ୍ୟ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି। ଚୀନର ଉହାନ ସହରରେ ଆରମ୍ଭ ହୋଇଥିବା ଏହି ଭାଇରସ ୧୧୪ରୁ ଊର୍ଦ୍ଧ୍ବ ଦେଶରେ ବ୍ୟାପି ସାରିଛି। ଏହି ଭାଇରସରେ ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇଛନ୍ତି। ସେହିପରି ୪୩୦୦ ଲୋକ ଏହି ଭାଇରସ କାରଣରୁ ନିଜ ଜୀବନ ହରାଇ ସାରିଛନ୍ତି।
ଆପଣାନ୍ତୁ ଏହି ସଚେତନତା
ମୁଭି ଥିଏଟର, ଜିମ୍ ଯିବାରୁ ଦୂରେଇ ରହନ୍ତୁ। ପବ୍ଲିକ୍ ଟ୍ରାନ୍ସପୋର୍ଟ ଓ ଅଟୋ ବ୍ୟବହାର କରନ୍ତୁନି। ଫ୍ୟାମିଲ୍ ଓ ଫ୍ରେଣ୍ଡଙ୍କ ଫଙ୍କସନ୍ରେ ସାମିଲ୍ ହେବାରୁ ଦୂରେଇ ରହନ୍ତୁ। କପଡ଼ାକୁ ନିୟମିତ ଭାବେ ଡେଟଲ୍ରେ ଧୁଅନ୍ତୁ। ସ୍କୁଲ୍, ଟ୍ୟୁସନ୍ ସେଣ୍ଟର, ବସରେ ମଧ୍ୟ ଲୋକଙ୍କଠାରୁ ଦୂରେଇ ରହନ୍ତୁ। ଫୋନ୍କୁ ଆଲ୍କହଲ ଓ ସ୍ୟାନିଟାଇଜରରେ ସଫା କରନ୍ତୁ। ମାସ୍କ ପିନ୍ଧନ୍ତୁ। ଶରୀରକୁ ଭଲ ଭାବେ କଭର କରି ରଖନ୍ତୁ। ଛିଙ୍କିବା, କାଶିବା ପରେ ହାତକୁ ସ୍ୟାନିଟାଇଜରରେ ସଫା କରନ୍ତୁ। କବାଟ ଓ ୱାଟର ଟ୍ୟାପ୍ସକୁ ହାତରେ ଧରିବାଠାରୁ ଦୂରେଇ ରହନ୍ତୁ। କାର୍ ଷ୍ଟିଅରିଂ ଓ ଚକକୁ ଭଲ ଭାବେ ସଫା କରନ୍ତୁ। ଘର ଭିତରେ ଓ ବାହାରେ କିମ୍ବା ଅଫିସ୍ରେ କୀଟାଣୁନାଶକ ସ୍ପ୍ରେ ବ୍ୟବହାର କରନ୍ତୁ।
କୋରୋନାରୁ ବଞ୍ଚିବା ଲାଗି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଟିପ୍ସ
ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଅନୁସାରେ ମାସ୍କ ନିହାତି ବ୍ୟବହାର କରନ୍ତୁ। ଏହାକୁ ହାତରେ ବାରମ୍ବାର ଛୁଅନ୍ତୁନି। ନିଜ ମାସ୍କ କାହା ସହିତ ଶେୟାର କରନ୍ତୁନି। ହାତ ମିଳାଇବା ବଦଳରେ ନମସ୍ତେ ପରମ୍ପରାକୁ ଆସିଯାଆନ୍ତୁ। ଆଲିଙ୍ଗନ କରନ୍ତୁନି କିମ୍ବା ହାତ ମିଳାନ୍ତୁନି। ସ୍ୟାନିଟାଇଜରର ବ୍ୟବହାର ବାରମ୍ବାର କରନ୍ତୁ। ସାବୁନ୍ରେ ହାତ ଧୋଇବା ପାଇଁ ୨୦ରୁ ୩୦ ସେକେଣ୍ଡ ସମୟ ନିଅନ୍ତୁ। ବାରମ୍ବାର ଆଖି, ନାକ, ପାଟି ଛୁଇଁବାରୁ ଦୂରେଇ ରହନ୍ତୁ। ସଂକ୍ରମିତ ଲୋକଙ୍କଠାରୁ ଅତିକମ୍ରେ ୬ ଫୁଟ୍ ଦୂରତା ରଖନ୍ତୁ। ଥଣ୍ଡା, କାଶ, ଜ୍ବର ଓ କଫ୍ ହେଲେ ପରୀକ୍ଷା କରନ୍ତୁ। ସଫା ସୁତୁରାର ବିଶେଷ ଧ୍ୟାନ ଦିଅନ୍ତୁ। କୋଠରୀକୁ ଗରମ ରଖିବାକୁ ଚେଷ୍ଟା କରନ୍ତୁ। କୋରୋନା ସଂକ୍ରମିତ ସହରକୁ ଟ୍ରାଭେଲ୍ କରିବାରୁ ଦୂରେଇ ରହନ୍ତୁ। ବ୍ୟବହୃତ ନ୍ୟାପ୍କିନ୍, ଟିସ୍ୟୁ ପେପର ଆଦି ଖୋଲାରେ ଫିଙ୍ଗନ୍ତୁ ନାହିଁ।
କୋରୋନାର ଦେଶୀ ଉପଚାର
ଅନୁଲୋମ, ବିଲୋମ, ସୂର୍ଯ୍ୟ ନମସ୍କାର, ପ୍ରାଣାୟାମ, କପାଳଭାତି କରନ୍ତୁ। ରୋଗ ପ୍ରତିରୋଧକ ଶକ୍ତି ଯେତେ ମଜଭୁତ ହେବ ଭାଇରସରୁ ସେତେ ଦୂରେଇ ରହିବେ। ଗୋମୁତ୍ରର ଅର୍କ କୋରୋନା ଭାଇରସରୁ ବଞ୍ଚିବା ଲାଗି ଉତ୍ତମ ଉପାୟ। ଗିଲୋୟ, ହଳଦୀ, ଗୋଲମରିଚ ଗୁଣ୍ଡ, ତୁଳସୀ ପତ୍ର ପାଣିରେ ଗରମ କରି ଅଳ୍ପ ଅଳ୍ପ କରି ପିଅନ୍ତୁ। ୨ରୁ ୪ଟି ତୁଳସୀ ପତ୍ର ଚୋବାଇ ଖାଆନ୍ତୁ। ଆପଣ ଚାହିଲେ ତୁଳସୀ ପତ୍ରରେ ଚା’ ତିଆରି କରି ପିଇପାରିବେ। ହଳଦୀରେ କାଢ଼ା ମଧ୍ୟ ଉପକାରୀ ହୋଇପାରେ। କ୍ଷୀରରେ ହଳଦୀ ଗୁଣ୍ଡ ଗୋଲମରିଚ ଗୁଣ୍ଡ ମିଶାଇ ପିଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଏଲୋଭେରା ଜୁସ୍ ଏହି ରୋଗ ସହିତ ଲଢ଼ିବାରେ ଆପଣଙ୍କୁ ଖୁବ୍ ସାହାଯ୍ୟ କରିବ।
କୋରୋନାକୁ ନେଇ ସୋସାଲ ମିଡିଆରେ ବହୁତ କିଛି ଗୁଜବ ହେଉଛି। ଯେମିତିକି ରସୁଣ ଦ୍ବାରା କୋରୋନାର ଚିକିତ୍ସା ସମ୍ଭବ, ଏହି ଭାଇରସ ଚିକେନ୍ରେ ବ୍ୟାପି ଥାଏ, ଆଣ୍ଟିବାୟୋଟିକ୍ସ ଦ୍ବାରା ଏହାର ଚିକିତ୍ସା ସମ୍ଭବ, ଚାଇନିଜ୍ ଖାଦ୍ୟ ଦ୍ବାରା କୋରୋନା ଭାଇରସ ହୋଇପାରେ। ଏଭଳି ଅନେକ ଗୁଜବ ଏବେ ଶୁଣିବାକୁ ମିଳୁଛି। ତେଣୁ ଏସବୁ ଗୁଜବଠାରୁ ଦୂରେଇ ରହିବା ସହିତ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଦ୍ବାରା ଜାରି କରାଯାଇଥିବା ବିଜ୍ଞପ୍ତି ଦେଖନ୍ତୁ।