କରୋନା ସତର୍କତା : ବସ୍‌ରେ ଓଭରଲୋଡିଂ ମନା

ଭୁବନେଶ୍ବର : ବସ୍‌ରେ ଓଭରଲୋଡିଂକୁ ମନା କରାଯାଇଛି। ବସ୍‌ରେ ଓଭରଲୋଡିଂ ନ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଉଭୟ ସରକାରୀ ଓ ବେସରକାରୀ ବସ୍‌ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବସ୍‌ର ଡ୍ରାଇଭରଙ୍କ ସହ ସମସ୍ତ କର୍ମଚାରୀ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ସିଟ୍‌ଠାରୁ ଅଧିକ ଲୋକ ବସ୍‌ରେ ନ ନେବାକୁ ମନା କରାଯାଇଛି। ଗାଇଡ୍‌ ଲାଇନ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଘୋଷଣା କରିଛନ୍ତି। ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇସାରିବା ପରେ ଏନେଇ ରାଜ୍ୟ ସରକାର ଅଧିକ ସତର୍କ ହୋଇଛନ୍ତି। ଟୁଇନ୍‌ ସିଟିରେ ସମସ୍ତ ସପିଂ ମଲ୍‌କୁ ବନ୍ଦ କରାଯିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ