ସମାଜସେବୀ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜାନକୀ ବଲ୍ଲଭ ମହାନ୍ତଙ୍କ ଦେହାନ୍ତରେ
ରାଇରଙ୍ଗପୁର:ରାଇରଙ୍ଗପୁର ଅଂଚଳର ବିଶିଷ୍ଟ ସମାଜସେବୀ,ବୈଦ୍ୟରାଜ, ଅବସରପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜାନକୀ ବଲ୍ଲଭ ମହାନ୍ତ(୮୫)ଙ୍କ ନିଜ କୁଚେଇବୁଢୀ ବାସ ଭବନରେ ରବିବାର୧୧.୩୦ଟା ୧୨ଟା ମଧ୍ୟରେ ଦେହାନ୍ତ ହୋଇଯାଇଛି ।ସେ ଜଣେ ଧର୍ମପରାୟଣ , ମିଷ୍ଟଭାଷୀ,ମେଳାପି ବ୍ୟକ୍ତି ଥିଲେ । ଶିକ୍ଷକତା ଅବସର ପରେ ନିଜକୁ କବିରାଜ,ଗୋ ଚିକିତ୍ସା, ଏବଂ ବିଭିନ୍ନ ସାମାଜିକ ସଂଗଠନରେ ନିଜକୁ ନିୟୋଜିତ କରିଥିଲେ । ତାଙ୍କ ଦେହାନ୍ତରେ ଶିକ୍ଷକ ସଂଗଠନ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି