କରୋନା, ବୁଧବାର ଠାରୁ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ବନ୍ଦ
ଜମ୍ମୁ : କରୋନା ଜୀବାଣୁ ଯୋଗୁଁ ଦେଶର ବିଭିନ୍ନ ପ୍ରତିସ୍ତିତ ମନ୍ଦିର ଓ ମଠରେ ଶ୍ରଦ୍ଧାଳୁଙ୍କ ଭିଡ ଦୃଷ୍ଟିକୁ ରଖି ବନ୍ଧ ରଖାଯାଇଥିବା ବେଳେ ବୁଧବାରଠାରୁ ପ୍ରସିଦ୍ଧ ମାତା ବୈଷ୍ଣୋ ଦେବୀଙ୍କ ଯାତ୍ରା ବନ୍ଦ କରାଯାଇଛି । ଅତିସହ ଜାମ୍ମୁ କାଶ୍ମୀରକୁ ଆସୁଥିବା ସମସ୍ତ ଆନ୍ତଃରାଜ୍ୟ ବସ୍ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛନ୍ତି ସରକାର । ପୂର୍ବରୁ ଗତକାଲି ମଙ୍ଗଳବାର ଠାରୁ ବୈଷ୍ଣୋ ଦେବୀ ଧାମରେ ଥିବା ଅର୍ଦ୍ଧକୁମାରୀ ପ୍ରାକୃତିକ ଗୁମ୍ଫାକୁ ଅସ୍ତ।ଇ ରୂପେ ବନ୍ଦ କରାଯାଇଥିଲା। ଅନ୍ୟପକ୍ଷରେ ଶ୍ରୀନଗର ଏନଆଇଟି ପରେ ମଙ୍ଗଳବାର ଜାମ୍ମୁରେ ଆଇଆଇଟି ଏବଂ ଆଇଆଇଏମ୍ କୁ ବନ୍ଦ କରିଦିଆଯାଇଥିଲା। ହଷ୍ଟେଲଗୁଡ଼ିକୁ ଖାଲି କରାଯାଇ ଛାତ୍ରମାନଙ୍କୁ ଘରକୁ ପଠାଇ ଦିଆଯାଇଥିବାବେଳେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ମୁବାରକ ମଣ୍ଡି ଡୋଗ୍ରା ଆର୍ଟ ମ୍ୟୁଜିୟମ ଏବଂ ଶ୍ରୀନଗର ଏସପିଏସ ସଂଗ୍ରହାଳୟକୁ ସାମୁହିକ ଭାବେ ବନ୍ଦ ରଖାଯାଇଛି । ଏଥିସହ ଅନୁସନ୍ଧାନ ଲାଇବ୍ରେରୀକୁ ମଧ୍ୟ ବନ୍ଦ ରଖାଯାଇଛି । ସଚିବାଳୟ ମଧ୍ୟକୁ ସାଧାରଣ ଜନତାଙ୍କ ଯାତାୟାତ ଉପରେ ମଧ୍ୟ କଟକଣା ଲଗାଯାଇଛି। ଜାମ୍ମୁ ଏବଂ କାଠୁଆର ଡିସି କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କ ଯାତାୟାତ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଅଫିସ୍ ସମୁଖରେ ବକ୍ସ ରଖି ଜନସାଧାରଣଙ୍କ ଅଭିଯୋଗ ସୁଣ।ଯାଉଛି। ଏଥିପୂର୍ବରୁ ବାର୍ ଆସୋସିଏସନ୍ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ କରିବାକୁ ପୂର୍ବରୁ ନିଷ୍ପତ୍ତି ନିଆଯାଥିଲା ।

 
             
						 
						 
						 
						 
						 
						
