ଜାଗୁଆର ଲ୍ୟାଣ୍ଡ ରୋଭର ପକ୍ଷରୁ ରେଞ୍ଜ୍ ରୋଭର୍ର ବିକ୍ରି ଆରମ୍ଭ

ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ପକ୍ଷରୁ ଏହାର ୨୨୧ କିଲୋୱାଟ୍ ରେଞ୍ଜ ରୋଭରର ବିକ୍ରି ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ଏହାର ମୂଲ୍ୟ ୮୬.୭୧ ଲକ୍ଷ ଟଙ୍କା ରହିଛି । ଏହା ୨.୦୧ ପେଟ୍ରୋଲ ତଥା ୧୮୪ କିଲୋୱାଟ୍ ତଥା ୨.୦୧ ପେଟ୍ରୋଲ ଇଞ୍ଜିନ୍ ଏବଂ ଟୁଇନ୍ ସ୍କ୍ରୋଲ ଟ୍ରୁବୋ ଚାର୍ଜର ତଥା ୪୦୦ ଏନଏମ୍ ପିକ୍ ଟର୍କରେ ଉପଲବ୍ଧ ହେଉଛି । ଏହି ଅବସରରେ ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ଲିଃ.ର ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ରୋହିତ ସୁରୀ କହିଲେ,“ଆମେ ଶ୍ରେଷ୍ଠ ବ୍ରିଟିଶ୍ ଡିଜାଇନିଂ ତଥା ବିଳାସପୂର୍ଣ୍ଣ ସୁବିଧା ସୁଯୋଗ ଉପଲବ୍ଧ କରାଇଛୁ । ଏହା ୨୦୧୯ରେ ମଡେଲ ଅଫ୍ ଦି ଇୟର ପୁରସ୍କାର ଳାଭ କରିଛି । ଏହାର ବଜାର ପ୍ରବେଶ ପରଠାରୁ ଗ୍ରାହକଙ୍କ ମଧ୍ୟରେ ଏହା ବେଶ୍ ଆଦୃତ ହୋଇଥିଲା । ରେଞ୍ଜ ରୋଭର ଭେଲାର ଗ୍ରାହକଙ୍କ ବେଶ୍ ପସନ୍ଦ ଆସିବ ।” ଏଥିରେ ଟଚ୍ ପ୍ରୋ ଡ୍ୟୁ, ଆକ୍ଟିଭିଟି କଂଟ୍ରୋଲ, ମେରିଡିଆନ୍ ସାଉଣ୍ଡ ସିଷ୍ଟମ୍, ଫୋର୍ ଜୋନ୍ କ୍ଳାଇମେଟିକ୍ କଂଟ୍ରୋଲ, ଆକ୍ଟିଭିଟି କି, ଅଲ୍ ଟେରାନ୍ ପ୍ରୋଗେସ୍ କଂଟ୍ରୋଲ୍ ସିଷ୍ଟମ୍, ଏଲଇଡି ହେଡ୍ ଲାଇଟ୍ ଆଦି ବୈଶିଷ୍ଟ୍ୟ ରହିଛି । ଭାରତରେ ଉପଲବ୍ଧ ହେଉଥିବା ଲ୍ୟାଣ୍ଡ୍ ରୋଭର ରେଞ୍ଜ୍ ମଧ୍ୟରେ ଡିସକଭର ସ୍ପୋର୍ଟସର ମୂଲ୍ୟ ୪୪.୬୮ ଲକ୍ଷରୁ ଆରମ୍ଭ ହେଉଥିବାବେଳେ ରେଞ୍ଜ ରୋଭର ଇଭାକ୍ୟୁର ମୂଲ୍ୟ ୫୨.୦୬ ଲକ୍ଷରୁ ଆରମ୍ଭ ହେଉଛି । ସେହିପରି ଅଲ ନିୟୁ ଡିସକଭର ମୂଲ୍ୟ ୭୬.୯୪ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି । ନିୟୁ ରେଞ୍ଜ୍ ରୋଭର ଭେଲାର ମୂଲ୍ୟ ୭୨.୪୭ ଲକ୍ଷ ଟଙ୍କା, ରେଞ୍ଜ୍ ରୋଭର ସ୍ପୋର୍ଟସ୍ ମୂଲ୍ୟ ୮୬.୭୧ ଲକ୍ଷ ଟଙ୍କା ଏବଂ ରେଞ୍ଜ ରୋଭର ମୂଲ୍ୟ ୧୮୧.୮୬ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି ।ଜାଗୁଆର ଲ୍ୟାଣ୍ଡ ରୋଭର ଯାନ ଗୁଡିକ ଅହମ୍ମଦାବାଦ୍, ଔରଙ୍ଗାବାଦ୍, ବାଙ୍ଗାଲୁର୍, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ, କୋଏମ୍ବାଟୁର, ଦିଲ୍ଲୀ, ଗୁରୁଗାଓଁ, ହାଇଦ୍ରାବାଦ୍, ଇନ୍ଦୋର, ଜୟପୁର, କୋଲକତା, କୋଚି, କର୍ନାଲ, ଲୁଧିଆନା, ମାଙ୍ଗାଲୋର୍, ମୁମ୍ବାଇ, ନାଗପୁର, ନୋଏଡା, ପୁନେ, ରାଏପୁର, ବିଜୟୱାଡା, ସୁରାଟ ଆଦି ୨୬ଟି ସ୍ୱୀକୃତି ପ୍ରାପ୍ତ ଆଉଟଲେଟ୍ରେ ଉପଲବ୍ଧ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ