ନନ୍ଦନକାନନକୁ ଆଜି ଆସିଲେ ୬ ନୂଆ ଅତିଥି, କଲରାପତରିଆ ବାଘ ‘ସୁରଜ’ର ମୃତ୍ୟୁ

ଭୁବନେଶ୍ବର : ଆଜି ନନ୍ଦନକାନନକୁ ଆସିଛନ୍ତି ନୂଆ ଅତିଥି। ବିଳାସପୁର ଚିଡିଆଖାନାରୁ ନନ୍ଦନକାନନ ଆସିଛନ୍ତି ୪ଟି ସିଂହ ଓ ଦୁଇଟି କୋକିଶିଆଳି। ଏହା ବଦଳରେ ଦୁଇଟି ଜଳହସ୍ତୀ ଦେବେ ନନ୍ଦନକାନନ କର୍ତ୍ତୃପକ୍ଷ। ବର୍ତ୍ତମାନ ନନ୍ଦନକାନନରେ ସିଂହ ସଂଖ୍ୟା ୧୫କୁ ବୃଦ୍ଧି ପାଇଥିବାବେଳେ କୋକିଶିଆଳି ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଅପରପକ୍ଷରେ ନନ୍ଦନକାନନରରେ ୧୬ ବର୍ଷୀୟା କଲରାପତରିଆ ବାଘ ‘ସୁରଜ’ର ମୃତ୍ୟୁ ହୋଇଛି । ବୟସାଧିକ ଏବଂ ଅସୁସ୍ଥ କାରଣରୁ ସୁରଜର ମୃତ୍ୟୁ ହୋଇଥିବାର ସୂଚନା ଦେଇଛନ୍ତି କର୍ତ୍ତୃପକ୍ଷ । ୨୦୦୪ ମସିହାରେ ଭଞ୍ଜନଗରରୁ ଉଦ୍ଧାର ହୋଇଥିଲା ଏହି କଲରାପତରିଆ ବାଘ । ସୂରଜର ମୃତ୍ୟୁ ପରେ ଏବେ ନନ୍ଦନକାନରେ ଆଉ ୫ଟି କଲରାପତରିଆ ବାଘ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ