ପାକିସ୍ତାନୀ ହିନ୍ଦୁ ପ୍ରତିନିଧିଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କାର୍ଯ୍ୟକ୍ରମ
ଭୁବନେଶ୍ୱର, ୨୫.୫ : ଓଡ଼ିଶା ଇଣ୍ଟର ନ୍ୟାସନାଲ ସେଣ୍ଟର ଓ ଓଁକାର ନାଥ ମିଶନ ପକ୍ଷରୁ ଆଗାମୀ ୨୭ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ ସ୍ଥାନୀୟ କ୍ରିୟଯୋଗ ଆଶ୍ରମ ପ୍ରେକ୍ଷାଳୟରେ ପାକିସ୍ତାନରୁ ଆସୁଥିବା ହିନ୍ଦୁ ପ୍ରତିନିଧିମାନଙ୍କୁ ପୁରୀଠାରେ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଦର୍ଶନ ସହ ଭୁବନେଶ୍ୱରରେ ଏକ ଭବ୍ୟ ସମ୍ବର୍ଦ୍ଧନା
କାର୍ଯ୍ୟକ୍ରମ ଆୟୋଜିତ ହେଉଛି ବୋଲି ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡଃ ବଦ୍ରୀନାଥ ପଟ୍ଟନାୟକ ଓ ବିଭୂତି ଭୂଷଣ କର ପ୍ରକାଶ କରିଛନ୍ତି । ପାକିସ୍ତାନରେ ଥିବା ହିନ୍ଦୁମାନଙ୍କ ମନୋବଳ ବଢାଇବା ପାଇଁ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଏହି ପ୍ରତିନିଧି ଦଳ ୨୬ ତାରିଖ ସକାରେ ପୁରୀଠାରେ ପହଞ୍ôଚ ଶ୍ରୀଜଗନ୍ନାଥ ଦର୍ଶନ କରିବେ, ଅପରାହ୍ନରେ କୋଣାର୍କ ମନ୍ଦିର ପରିଦର୍ଶନ କରିବେ, ୨୭ ତାରିଖ ସକାଳୁ ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିର ଦର୍ଶନ କରି ଭୁବନେଶ୍ୱରର ଦର୍ଶନୀୟ ସ୍ଥାନ ପରିଦର୍ଶନ କରି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେବେ । ୨୮ ତାରିଖ ପୁରୀର ବିଭିନ୍ନ ମଠ ମନ୍ଦିର ପରିଦର୍ଶନ କରି ୨୯ ତାରିଖ ସକାଳୁ ଭଗବାନ କୃଷ୍ଣଙ୍କର ମନ୍ଦିର ପରିଦର୍ଶନ କରିବା ପାଇଁ ମଥୁରା ଯାତ୍ରା କରିବେ । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ ଓଁକାର ନାଥ ମିଶନର ମୁଖ୍ୟ ଗୁରୁ କିଙ୍କର ବିଠଲ ମହାରାଜଜୀ । ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୂର୍ବତନ ସାଂସଦ, ଧରିତ୍ରୀ ସମ୍ପାଦକ ତଥାଗତ ଶତପଥୀ । ମୁଖ୍ୟ ବକ୍ତାଭାବେ ଯୋଗଦେବେ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡ଼କ୍ଟର ଅଶୋକ କୁମାର ମହାପାତ୍ର । ସମ୍ମାନୀତ ଅତିଥି ଭାବେ ଯୋଗ ଦେବେ କ୍ରିୟଯୋଗ ଫାଉଣ୍ଡେସନର ମୁଖ୍ୟ ସ୍ୱାମୀ ଶଙ୍କରାନନ୍ଦ ଗିରି ଓ ଭରତୀୟା ·ରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଡଃ କିଷାନଲାଲ ଭରତୀଆ । ଏହି କାର୍ଯ୍ୟକ୍ରମ ପାଇଁ ଏକ ନାଗରିକ ସ୍ୱାଗତ ସମିତି ଗଠନ କରାଯାଇଛି । ଅଧ୍ୟକ୍ଷ ଭାବେ ବିଶିଷ୍ଟ ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ, କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଉକ୍ରଳ ସାମ୍ବାଦିକ ସଂଘର ଅଧକ୍ଷ ଶ୍ରୀ ବିଭୂତି ଭୂଷଣ କରଙ୍କୁ ମନୋନୀତ କରାଯାଇଛି । ଉପାଧ୍ୟକ୍ଷ ଭାବେ ଓଁକାର ନାଥ ମିଶନ ଓଡ଼ିଶାର କାର୍ଯ୍ୟକାରୀ ଅଧ୍ୟକ୍ଷ ଡଃ ଏଲ୍ଏନ୍ ଅଗ୍ରୱାଲ,ଓଆଇସିର ଅଧ୍ୟକ୍ଷ ପରେଶ ନାୟକଙ୍କୁ ଆବାହକ ଭାବେ ମନୋନୀତ କରାଯାଇଛି । ଏହି ସମ୍ବର୍ଦ୍ଧନା ଉତ୍ସବରେ ୭ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଜାତୀୟ ସଂହତି ପୁରସ୍କାର ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ଅଧ୍ୟକ୍ଷ ଓ କାର୍ଯ୍ୟକାରୀ ଅଧ୍ୟକ୍ଷ ଡଃ ବଦ୍ରୀନାଥ ପଟ୍ଟନାୟକ ଓ ଶ୍ରୀ ବିଭୂତି ଭୂଷଣ କର ନିବେଦନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଇନ୍ଦିରା ମିଶ୍ର, ଜୟପ୍ରକାଶ ମିଶ୍ର ଓ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରି·ଳନା କରିଥିଲେ ।


