ରୁନୟା ରିଫାଇନିଂ ଆଇଏନଡି-ବିବିବି ରେଟିଂ ହାସଲ କଲା
ନୂଆଦିଲ୍ଲୀ, ୨୯ ମେ, ୨୦୧୯: ରୁନୟା ରିଫ।।ଇନିଂ ଇଣ୍ଡିଆ ରେଟିଂ ଏବଂ ରିସର୍ଚ୍ଚ ପକ୍ଷରୁ ଆଇଏନଡି-ବିବିବି ରେଟିଂ ହାସଲ କରିବାକେୁ ସକ୍ଷମ ହୋେଇଛି । ଧାର୍ଯ୍ୟ ସମୟ ସୀମା ମଧ୍ୟରେ ପ୍ରକଳ୍ପ ପ୍ରଣୟନ ତଥା ବିଦେଶୀ ଜ୍ଞାନକୌଶଳ ଉପଲବ୍ଧତା ଏବଂ ଲୋକ କ୍ୟାପିଟାଲ ରିକ୍ୱାରମେଂଟ୍ ଓ ହାଇ କଷ୍ଟମର ଉପଯୋଗୀତା ଆଧାରରେ ଏହି ରେଟିଂ ପ୍ରଦାନ କରାଯାଇଛି ।ଏହି ଅବସରରେ ରୁନୟା ରିଫ।।ଇନିଂର ସିଇଓ ଅନନ୍ୟ ଅଗ୍ରୱାଲ କହିଲେ, “ରୁନୟାର ଲକ୍ଷ୍ୟ ହେଉଛି ଆଲୁମିନିୟମ ଶିଳ୍ପରେ ନିରନ୍ତର ଭାବେ ଅଭିବୃଦ୍ଧିକୁ ବଜାୟ ରଖିବା । ଆମେ ଆଲୁମିନିୟମ ଶିଳ୍ପ ପାଇଁ ଅଭିନବ ନିରନ୍ତର ସମାଧାନ ପ୍ରଦାନ କରୁଛୁ । ଏହା ଏକ ସ୍ୱତନ୍ତ୍ର ଅଭିନବ ସମାଧାନ ଭାବେ ଏକ ଗୁରୁôବପୂର୍ଣ୍ଣ ରଣନୀତି ଯାହା ଆଂଚଳିକ ଓ ବିଶ୍ୱ ବଜାର ପାଇଁ ମୂଲ୍ୟ-ଯୁକ୍ତ ଉତ୍ପାଦ ପ୍ରଦାନ କରିବ ।ଇଣ୍ଡିଆ ରେଟିଂ ଏବଂ ରିସର୍ଚ୍ଚ ଅନୁସାରେ ରୁନୟା ରିଫାଇନିଂ ବେଦାନ୍ତ ସହିତ ମିଳିତ ଭାବେ ଆଲୁମିନିୟମ୍ କ୍ଷେତ୍ରରେ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ କାର୍ଯ୍ୟ କରିବ । ଏହା ଓଡ଼ିଶାର ଝାରସୁଗୁଡ଼ାଠାରେ କାର୍ଯ୍ୟ କରୁଛି । ଏହା ୨୦୧୮ ଅକ୍ଟୋବରରେ କାର୍ଯ୍ୟ ଆରମ୍ଭ କରିଥିଲା । ୨୦୧୯ ଅକ୍ଟୋବର ସୁଦ୍ଧା ଏହା ହଟ୍ ଡ୍ରସ୍ ପ୍ରୋସେସିଂ ପ୍ଲାଂଟ୍ ଏବଂ ବ୍ରିକ୍ୱିଟିଲ୍ ପ୍ଲାଂଟ୍ର କାର୍ଯ୍ୟ ଆରମ୍ଭ କରିବାର ସମ୍ଭାବନା ରହିଛି ।ରୁନୟା ରିଫାଇନିଂ ଏକ ନିରନ୍ତର ସମାଧାନ ପ୍ରଦାନକାରୀ କଂପାନି ଯାହା ପେଟେଂଟ୍ ପ୍ରଯୁକ୍ତିର ଲାଇସେନ୍ସ ôତବାବଧାୟକ ଭିତିରେ କାମ କରୁଛି । ରୁନୟା ସେହି ପ୍ରଯୁକ୍ତି ବ୍ୟବହାର କରୁଛି ଯାହା ସବୁଜ ପ୍ରକଳ୍ପ, ଜିରୋ ଡିସ•ର୍ଜ ଏବଂ ଜିରୋ ୱେଷ୍ଟ ଲକ୍ଷ୍ୟରେ ରଖିଛି । ଏହା ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଠାରୁ ସ୍ୱୀକୃତି ଳାଭ କରିଛି ।ଏହି ଆଲୁମିନିୟମ ଡ୍ରସ ପ୍ରକ୍ରିୟାକରଣ ଶିଳ୍ପ ଏକ ବିବିଧ ସ୍ତରର ଆଲୁମିନିୟମ ଶିଳ୍ପ ପରିବେଶ ସୃଷ୍ଟି କରି ପଶ୍ଚିମ ଓଡ଼ିଶା ଓ ଦେଶର ଅନ୍ୟାନ୍ୟ ପ୍ରାନ୍ତରେ ଆନୁସଙ୍ଗିକ ଆଲୁମିନିୟମ ଶିଳ୍ପର ସମ୍ଭାବନାକୁ ବୃଦ୍ଧି କରାଇବାକୁ ସକ୍ଷମ ହେବ ।