କର୍ମଚାରୀ ଏବଂ ତାଙ୍କ ପରିବାରର ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ : ଧର୍ମେନ୍ଦ୍ର

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ନିଜ ବାସଭବନରୁ ଭିଡିଓ କନଫରେନ୍ସି ଯୋଗେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରଣାଳୟ ତଥା ପିଏସୟୁର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ବା ସିଏମଡିଙ୍କ ସହ ଆଲୋଚନା କରିଛନ୍ତି । ଦେଶରେ ପେଟ୍ରୋଲିୟମ ଉତ୍ପାଦ, ବିଶୋଧନାଗାର, ଟର୍ମିନାଲ ଏବଂ ଇସ୍ପାତ୍ କାରଖାନାର ପରିଚାଳନାର ସମୀକ୍ଷା କରିଛନ୍ତି । ଏହାସହ ଏହି ଦୁଇଟି ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟରତ କର୍ମଚାରୀ ଏବଂ ସେମାନଙ୍କ ପରିବାର ପାଇଁ ନିଆଯାଇଥିବା ସୁରକ୍ଷିତ ପଦକ୍ଷେପ ଉପରେ ମଧ୍ୟ ସମୀକ୍ଷା କରିଛନ୍ତି । ଆମେ ଟିମର ସଦସ୍ୟଙ୍କ ସୁରକ୍ଷା ଚିନ୍ତା କରିବା ସହ ଲୋକମାନଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବାଧାପ୍ରାପ୍ତ ନହେବା ପାଇଁ ଆମେ କାର୍ଯ୍ୟ କରୁଛୁ । କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ସୁରକ୍ଷିତ ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସିଏମଡି ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେ କହିଛନ୍ତି ବର୍ତମାନ ଚ୍ୟାଲେଞ୍ଜିଂ ସମୟ । ଆମକୁ ସାମ୍ନା କରି ଜିତିବାକୁ ହେବ । ଆମର ଟିମ୍ ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ । ଏକାଠୀ ହୋଇ ଏହି ସଂକଟକୁ ଦୂରେଇ ହେବ କରିହେବ ବୋଲି କହିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ପ୍ରସଙ୍ଗରେ ଚ୍ୟାଲେଞ୍ଜିଂ ସମୟରେ ସଠିକ୍ ହସ୍ତକ୍ଷେପ ବୋଲି କହିଛନ୍ତି । ଅର୍ଥମନ୍ତ୍ରୀଙ୍କ ଘୋଷଣା ପରିବାର ଓ ବ୍ୟବସାୟୀଙ୍କୁ ଲାଭଦାୟକ ଦେବ । ଯଦ୍ୱାରା ସେମାନେ କରୋନା ଯୁଦ୍ଧରେ ମୁକାବିଲା କରିବା ପାଇଁ ଧ୍ୟାନ ଦେଇପାରିବେ । ଏହି ମହାମାରୀର ବିପଦ ବିରୋଧରେ ଦେଶ ଏକାଠୀ ହୋଇଛି । ଆଜିର ଘୋଷଣା ସାମାଜ ତଥା ଅର୍ଥନୀତି ଉପରେ ମକରାତ୍ମକ ପ୍ରଭାବକୁ କମ୍ କରିବ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ