ପତିରୂପେ ବରଣ କଲେ !
(ଯୁଗାବ୍ଦ ନ୍ୟୁଜ ) , ଗୃହକୁ ଫେରି ଏକଥା ପିତାଙ୍କୁ ଜଣାଇଲା ବେଳକୁ ସେଠାରେ ନାରଦ ଉପସ୍ଥିତ ଥିଲେ । ଦୁହେଁ ତ ଖୁସି ହେଲେ ନିଶ୍ଚିତ ତେବେ ନାରଦ ସୂଚାଇ ଦେଲେ ଯେ ସତ୍ୟବାନ୍ ସାବିତ୍ରୀଙ୍କର ଯୋଗ୍ୟ ସ୍ୱାମୀ ହେଲେ ହେଁ, ବିବାହର ଏକବର୍ଷ ପୂର୍ତ୍ତି ଦିନ ତାଙ୍କର ବୈଧବ୍ୟ ଯୋଗ ଅଛି । ଏଣୁ ସାବିତ୍ରୀ ମତପରିବର୍ତ୍ତନ କରି ଅନ୍ୟତ୍ର ଦେଖନ୍ତୁ । ସେଦିନ ସାବିତ୍ରୀଙ୍କର ଦୃଢ଼ୋକ୍ତି ଥିଲା; ଜଣେ ସତୀ ନାରୀ ଜଣକୁ ତା’ ଦେହ ଓ ମନ ସମର୍ପି ଦେଲାପରେ, ଯେତେ ଯାହା ହେଲେ ବି ସେ ଦ୍ୱିତୀୟ ପତି ଗ୍ରହଣ କରିପାରେ ନା! ସତ୍ୟବାନ୍ ଥାଉ ଥାଉ ମୁଁ ଅସତୀ ହୋଇପାରିବି ନାହିଁ । ସେଦିନ ମୃଦ୍ୟୁ ହସି ନାରଦ କହିଥିଲେ : ମୁଁ ଜାଣେ ସାବିତ୍ରୀ, ତୁମ ପାଇଁ ସବୁ ସମ୍ଭବ । ସାବିତ୍ରୀଙ୍କର ସତ୍ୟବାନଙ୍କ ସହିତ ଯଥାରୀତି ବିବାହ ସଂପର୍ଣ୍ଣ ହେଲା । ସାବିତ୍ରୀ ଉଭୟଙ୍କର ବଂଶ ପରିଚିତି ଓ ଦୂରବସ୍ଥା ପ୍ରତି ଅବଗତ ହେଲେ । ନିଜ ସ୍ୱାମୀ ପରିବାରର ଦୁଃଖ ସହିତ ନିଜକୁ ସାମିଲ କରି ସେବା ଏବଂ କର୍ତ୍ତବ୍ୟ ସଂପାଦନା ବଳରେ ସମସ୍ତଙ୍କର ବିଶେଷକରି ସ୍ୱାମୀ , ଅନ୍ଧ ଶ୍ୱଶୁର, ଶାଶୁ, ଋଷି ଓ ଗୁରୁଜନମାନଙ୍କର ବିଶ୍ୱାସ ଓ ପ୍ରିୟଭାଜନ ହେଲେ । ନାରଦଙ୍କ ବାଣୀ କାନରେ ଶୁଣାଯାଉଥାଏ : ବିବାହରର ବର୍ଷ ପୂର୍ତ୍ତିଦିନ…. । ସତ୍ୟବାନ୍ । ବର୍ଷ ପୂର୍ତ୍ତିପାଇଁ ଚାରିଦିନ ବାକିଥାଏ । ସେ ନିର୍ଜଳା ଉପବାସ କଲେ । ସମସ୍ତଙ୍କ ଅନୁରୋଧକୁ ପ୍ରତ୍ୟାଖାନ କରି ଉପାସ ରହିଲେ ଏବଂ ଶେଷରେ ଚତୁର୍ତଦିନ ଶାଶୁ ଓ ଶ୍ୱଶୁରଙ୍କ ଅନୁମତି ନେଇ ସତ୍ୟବାନଙ୍କ ସହ କାଠ ସଂଗ୍ରହ ପାଇଁ ବନସ୍ତକୁ ଗଲେ । ଏଇଟା ଥିଲା ଗୋଟିଏ ବାଧ୍ୟ ବୋହୂପ୍ରତି ପ୍ରଥମ ଅବାଧ୍ୟକାର୍ଯ୍ୟ ତଥା ଜଙ୍ଗଲକୁ ସ୍ୱାମୀ ସଂଗେ ଯିବା ପ୍ରଥମ । ଏହା ସମସ୍ତଙ୍କୁ ଆଚମ୍ବିତ କରୁଥିଲେ ହେଁ, ତାଙ୍କ ପାଇଁ କାହାଠି ପ୍ରଶ୍ନ ନଥିଲା । ଜଙ୍ଗଲ ମଧ୍ୟରେ ଗଲାବେଳେ ସେମାନେ ଫଳମୂଳ ଗୋଟିଏ ଝୁଲା ମୁଣିରେ ସଂଗ୍ରହ କରୁଥିଲେ । କିଛି ଦୂର ଅତିକ୍ରାନ୍ତେ ଜଙ୍ଗଲ ମଧ୍ୟରେ ଏକ ଶୁଖିଲା ବୃକ୍ଷ ପଡ଼ିଲା । ସେଇଠି ଝୁଲାମୁଣିଠି ଟଙ୍ଗେଇ ଗଛ ଉପରେ ଚଢ଼ିଲେ ସତ୍ୟବାନ । କାଟିଲେ ଶୁଖିଲାକାଠ । ହଠାତ୍ ତାଙ୍କ ମୁଣ୍ଡ ଘୁରାଇବା ଆରମ୍ଭ ହେଲା । ସେ ଭୂପାତ ହେଲେ । ସାବିତ୍ରୀ ତାଙ୍କୁ କୋଳକୁ ସତ୍ୟବାନ୍ଙ୍କୁ ଉଠାଇ ନେଲେ ।ଏବେ ଯମ ବା ଧର୍ମ ବର୍ତ୍ତମାନ ହୋଇ କହିଲେ : ସାବିତ୍ରୀ, ସତ୍ୟବାନଙ୍କର ସତ୍ୟ ନିଷ୍ଠତା ତଥା ସେବା ଓ କର୍ତ୍ତବ୍ୟ ପରାୟଣତା ମୋତେ ମୁଗ୍ଧ କରିଛି । ଏଣୁ ମୁଁ ଦୂତମାନଙ୍କୁ ନ ପଠାଇ ନିଜେ ସମ୍ମାନର ସହିତ ତାଙ୍କୁ ନେଇଯିବାକୁ ଆସିଛି । ଆଉ ମୁହୂର୍ତ୍ତଟିଏ ଏଠି ରହିବାର ଅଧିକାର ନାହିଁ । ଏତିକି କହି ସେ ତାଙ୍କ ଡାହାଣ ହାତ ପ୍ରସାରଣ କରି ସତ୍ୟବାନଙ୍କ ଆତ୍ମାକୁ ନିଜଆଡ଼କୁ ଟାଣିନେଲେ ଏବଂ ଚାଲିଗଲେ । ସାବିତ୍ରୀ ସତୀ ଥିଲେ । ଜଣେ ସତୀ ନାରୀପାଇଁ ସବୁ ସମ୍ଭବ ତେଣୁ ସ୍ୱଦେହରେ ସାବିତ୍ରୀ ଯମକୁ ଅନୁଗମନ କଲେ । ଯମ ତାଙ୍କୁ ବାରମ୍ବାର କହୁଥା’ନ୍ତି ତୁମେ ତୁମ କର୍ତ୍ତବ୍ୟ ସାରିଛ । ଏଥର ଫେରିଯା’ । ସେ କିନ୍ତୁ ତାଙ୍କ କଥା ନଶୁଣି ନିଜ ବ୍ୟବହାର ଓ କଥା ଛଳରେ ଧର୍ମଙ୍କ ହୃଦୟକୁ ଜୟ କରିନେଲେ ଏବଂ ତାଙ୍କୁ ଗୋଟିଏ ପରେ ଗୋଟିଏ ବର ମାଗିନେଲେ । ଅବଶ୍ୟ ଯମ ସର୍ତ୍ତ ରଖିଥିଲେ ଯେ ସତ୍ୟବାନଙ୍କ ଜୀବନ ବ୍ୟତୀତ ଆଉ ଯାହା କିଛି ମାଗିପାରନ୍ତି ।
ଏହିକ୍ରମେ ପ୍ରଥମ ବର : ମୋ ଶ୍ୱଶୁର ରାଜ୍ୟହରା ଓ ଅନ୍ଧ । ତାଙ୍କ ରାଜ୍ୟ ତାଙ୍କୁ ଫେରାନ୍ତୁ ଏବଂ ଦୃଷ୍ଟିଶକ୍ତି ଦିଅନ୍ତୁ ।
‘ତଥାସ୍ତୁ ।’
‘ମୋ ପିତା ନିଃସନ୍ତାନ, ତାଙ୍କୁ ପୁତ୍ର ଦାନ କରନ୍ତୁ ।’
‘ତଥାସ୍ତୁ ।’
’ମୋତେ ଏକ ସୁଯୋଗ୍ୟ ପୁତ୍ରର ମାତା ହେବାର ପରମ ସୌଭାଗ୍ୟ ଦିଅନ୍ତୁ ।’
‘ତଥାସ୍ତୁ ।’
ସାବିତ୍ରୀ କହିଲେ : ହେ ଧର୍ମଦେବ, ମୁଁ ମୋ ପତି ବିନା କିପରି ମାତୃତ୍ୱ ପ୍ରାପ୍ତି ହେବି? ମୁଁ ଯେ ସତୀ ନାରୀ । ମୁଁ କେବେବି ପର ପୁରୁଷକୁ ଅନାଇ ପାରିବି ନାହିଁ । ଆପଣ ମୋ ସ୍ୱାମୀଙ୍କ ଜୀବନ ଫେରାନ୍ତୁ । ଅଗତ୍ୟା ଯମ ନିରୁପାୟ । ସେ ପ୍ରତିଶ୍ରୁତିବଦ୍ଧ । ଏଣୁ ବାଧ୍ୟହୋଇ କହିଲେ : ତଥାସ୍ତୁ ।
ଏହାପରେ ସାବିତ୍ରୀ ତାଙ୍କ ସ୍ୱାମୀଙ୍କ ଶବପାଖକୁ ଫେରିଲେ । ସତ୍ୟବାନଙ୍କର ମଥାଟିକୁ ନିଜ କୋଳରେ ରଖି ଆଉଁଷି ଦେଲେ । କହିଲେ : ଉଠ, ଅନ୍ଧାର ହେଲାଣି । ଘରକୁ ଯିବା । ସମସ୍ତେ ବ୍ୟସ୍ତ ହେଉଥିବେ ।
ନିଦ୍ରାରେ ସ୍ୱପ୍ନରୁ ଉଠିଲାପରି ସତ୍ୟବାନ ଅଖି ମଳିମଳି ଉଠିଲେ । କେମିତି କ’ଣ ଗୋଟେ ହୋଇଗଲା ଯେ ସେ ଏତେ ସମୟ କ୍ଲାନ୍ତ ଓ ଶ୍ରାନ୍ତ ହୋଇଯିବାରୁ ଶୋଇଗଲେ ବୋଲି ପୁଚ୍ଛିଲେ । ସାବିତ୍ରୀ କହିଲେ : ଏବେ ନୁହେଁ, କାଲି । ଏବେ ଶୀଘ୍ର ଘରକୁ ଫେରିବା ବେଳ ।
ଏହାପରେ ସେ ଫଳ ପୂର୍ଣ୍ଣ ଝୁଲାମୁଣିଟି ସେହି ଗଛରେ ନଟକାଇ ଦେଲେ । ତାଙ୍କୁ ପରେ ନେବେ ବୋଲି କହିଲେ । ସେ ସତ୍ୟବାନଙ୍କୁ ଧିରେ ଧିରେ ଉଠାଇ ଛିଡା କଲେ । ତାଙ୍କର ବାମହାତଟି ନିଜ କାନ୍ଧରେ ଭାରା ପାଇଁ ରଖିଲେ ନିଜର ଡାହାଣ ହାତରେ ସତ୍ୟବାନଙ୍କର କମରକୁ ଆବଦ୍ଧ କରି ଏହିପରି ଭଙ୍ଗିରେ ସେ ଦୁର୍ବଳ ଶରୀରଟି ଧରି ଗୃହମୁଖେ ଯାତ୍ରା କଲେ ।
ଘରେ ପହଞ୍ôଚ ଦେଖିଲେ ଯମ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରିଛନ୍ତି । ଏହା କିପରି ଘଟିଲା ବୋଲି ସେ ସମସ୍ତଙ୍କର ଜିଜ୍ଞାସୁ ପ୍ରଶ୍ନର ଉତ୍ତର ଦେଲେ । ଏକଥା ଶୁଣି ସମସ୍ତେ ଆଚମ୍ବିତ ହେଲେ ଏବଂ କହିଲେ : ତୁ ପୂଜ୍ୟା ମା’ ।
ସାବିତ୍ରୀ କହିଲେ : ନା’ ମୁଁ ପୂଜ୍ୟା ନୁହେଁ; ପୂଜ୍ୟା ହେଉଛନ୍ତି ମା’ ସାବିତ୍ରୀ : ଗାୟତ୍ରୀ । ମୁଁ ମାନବୀ । ତାଙ୍କ ପ୍ରସାଦରୁ ପିତା ମୋତେ ପାଇଛନ୍ତି ଏବଂ ନା ରଖିଛନ୍ତି ସାବିତ୍ରୀ, ତାଙ୍କ ପାଇଁ ସବୁ ସମ୍ଭବ । ପୁନଶ୍ଚ ପୂଜ୍ୟ ହେଉଛନ୍ତି ଯମଦେବ । ସେ ମୋର ସକଳ ଆଶା ପୂରଣ କରିଛନ୍ତି । ମୋ ସ୍ୱାମୀଙ୍କୁ ପୁର୍ନଜନ୍ମ ଦେଇଛନ୍ତି । ପୂଜ୍ୟ ହେଉଛନ୍ତି ଆପଣମାନେ । ଆପଣଙ୍କର ଆଶୀର୍ବାଦ ମୋ ସାଧନାକୁ ସଫଳ କରିଛି ।
ଅଥଚ ଆଜି ଏ ବ୍ରତରେ ଭରି ରହିଛି କୃତ୍ରିମତା । କର୍ତ୍ତବ୍ୟ ଏବଂ ସେବା ପରିବର୍ତ୍ତେ ଆଜିର ସାବିତ୍ରୀମାନେ ନିଜର ଶାଶୁ, ଶ୍ୱଶୁର, ସ୍ୱାମୀ ଏବଂ ପରିବାର ବର୍ଗକୁ ଦିଅନ୍ତି ନିର୍ଯାତନା । ପୂର୍ଣ୍ଣ ସ୍ୱାଧୀନତା ଏବଂ ତୁଚ୍ଛା ସ୍ୱାର୍ଥକୁ ଏମାନେ ଅମୃତରେ ମିଶାନ୍ତି ବିଷ । କାହାକୁ ମୃତ୍ୟୁ ମୁଖରୁ ଫେରାଇ ଆଣିବା ପରିବର୍ତ୍ତେ, ଦେଖାଇ ଦିଅନ୍ତି ମୃତ୍ୟୁର ପଥ । ବଂଶ ଉଦ୍ଧାରିବା ପରିବର୍ତ୍ତେ, ବଂଶ ନାଶର ପ୍ରତିଶ୍ରୁତି ଧରି ଆସିଥାନ୍ତି ଶ୍ୱଶୁରାଳୟ । ଶୃଙ୍ଖଳିତ ପରିବାର ଓ ସମାଜଟିଏ ଗଢ଼ିବାପାଇଁ ଯେଉଁ ନାରୀର ଭୂମିକା ଥିଲା ଅତି ଗୁରୁତ୍ୱପୂର୍ଣ୍ଣ ସେ ଆଜି ପାଲଟିଛି ମହାବିସ୍ଫୋରକ ଆଗ୍ନେୟସ୍ତୁପ ।
ଏଠି କୌଣସି ସ୍ତ୍ରୀ ସତୀ ଓ ସ୍ୱାଧୀପରି ମନେହୁଏ ନାହିଁ । କାରଣ ଦେହରେ ସତୀଥାଇ କେହିବି ମନରେ ଅସତୀ ଥାଇପାରେ କିମ୍ବା କେଉଁ ପୁରୁଷ ଏଠି ସତ୍ୟନିଷ୍ଠ ନୁହେଁ । ସମସ୍ତେ ଏଠି ଉଦ୍ଭ୍ରାନ୍ତ ଏବଂ ବିଭ୍ରାନ୍ତ । ସାବିତ୍ରୀ ଓ ସତ୍ୟବାନଙ୍କର ଦୃଷ୍ଟ୍ରାନ୍ତ ଖୋଜି ଏଠି କୋଟିକରେ ଗୋଟିଏ ବି ନାହିଁ ଅଥଚ ପୂଜା ଚାଲିଛି ।
ଏøତିହାସିକ ପୃଷ୍ଠଭୂମିରେ ଆଧାରିତ ଏବଂ ପୌରାଣିକ କାହାଣୀରେ ବର୍ଣ୍ଣିତ ‘ସାବିତ୍ରୀ : ସତ୍ୟବାନ୍’ ରେ ସତ୍ୟତା କେତେ ଅଛି, ଆମେ ଜାଣିବାରେ ଯେତିକି ଆଗ୍ରହ ନୋହୁଁ ତା’ ଠୁ ବେଶି ଆଗ୍ରହୀ ଯେ ଏକ ସୁସ୍ଥ ପରମ୍ପରା ଗଠନରେ ଏହାର ଯୋଜନାବଦ୍ଧ ଗଠିତ ନକ୍ସାଟି । ଏଇ ଯେମିତି ଶୃଙ୍ଖଳ, ଶୃଙ୍ଖଳା ଓ ନ୍ୟାୟ ପାଇଁ ଯମ, ସଂଯମତା ଓ ଚାରିତ୍ରିକ ଦୁର୍ବଳତା ତଥା ସ୍ଖଳନରୁ ମୁକ୍ତି ପାଇଁ ନାରୀର ସତୀତ୍ୱ ଏବଂ ପୁରୁଷର ଯତିତ୍ୱ ରକ୍ଷା : ସୁ- ଶୃଙ୍ଖଳିତ ପରିବାର ଏବଂ ସମାଜ ଗଠନରେ ନାରୀ ପୁରୁଷର ସମ୍ପର୍କ, ଜ୍ୟେଷ୍ଠ ବା ବରିଷ୍ଠମାନଙ୍କର କନିଷ୍ଠ ମାନଙ୍କ ପ୍ରତି ଆଶୀର୍ବାଦ, କନିଷ୍ଠମାନଙ୍କର ବରିଷ୍ଠମାନଙ୍କ ପ୍ରତି ଭକ୍ତି ଓ ସମ୍ମାନ ଏବଂ ସର୍ବୋପରି ପରିବେଶ ସୁରକ୍ଷାର ସଚେତନତା ସୃଷ୍ଟିରେ ଶୁଖିଲା କାଠ ସଂଗ୍ରହ ଇତ୍ୟାଦି ଅନେକ ଶିକ୍ଷଣୀୟ ତଥ୍ୟ ଏହା ବହନ କରେ । ଅଥଚ ସାର୍ଥକତାର ସ୍ୱାର୍ଥ ଭିତରେ ଏବେ ନିରାର୍ଥକର ପ୍ରଶ୍ନମାନେ ଉଙ୍କି ମାରନ୍ତି ସାମ୍ପ୍ରତିକ ଅବହାୱାରେ, ଏହାହିଁ ଦୁଃଖ ।


