କରୋନା ସଚେତନତା ଓ ମାଗଣା ମାସ୍କ ବଂଟନ

କେନ୍ଦ୍ରାପଡା : ଡେରାବିଶ ବ୍ଲକ ଅନ୍ତର୍ଗତ ଚାନ୍ଦୋଳ ବଜାରରେ ବଜାର କମିଟି ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରାଯିବା ସହିତ ମାଗଣା ମାସ୍କ ବଂଟନ କରାଯାଇଛି । ଏହି ଉପଲକ୍ଷେ ଆରକ୍ଷୀ ଅଧିକ୍ଷକ ନୀତି ଶେଖର ଚାନ୍ଦୋଳ ବଜାରରେ ଉପସ୍ଥିତ ରହି ଜନସାଧାରଣଙ୍କୁ ମାଗଣା ମାସ୍କ , ସାନିଟାଇଜର, ବିସ୍କୁଟ ଓ ପିଇବା ପାଣି ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡିଏସପି କାର୍ତ୍ତିକ ମଲ୍ଲିକ, ଟାଉନ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ, ଚାନ୍ଦୋଳ ବଜାର କମିଟିର ରାଜକିଶୋର ବେହେରା, ଦୁର୍ଗାପ୍ରସାଦ ବେହେରା, ସର୍ବେଶ୍ୱର ରାଉତ, ଦେବାଶିଷ ବେହେରା ଓ ସନ୍ତୋଷ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ