ଯାଜପୁରରେ ଆରମ୍ଭ ହୋଇଛି ଟେଲିମେଡିସିନ ବ୍ୟବସ୍ଥା

ଯାଜପୁର :କୋରେନା ପାଇଁ ଚାରିଆଡେ ଲକ ଡାଉନ ଥିବାରୁ ଅନେକ ରୋଗୀ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଯାଇପାରୁନାହାଁନ୍ତି।ସେଥିପାଇଁ ରୋଗୀ ମାନଙ୍କୁ ଘରେ ବସି ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଯାଜପୁରରେ ଆରମ୍ଭ ହୋଇଛି ଟେଲିମେଡିସିନ ବ୍ୟବସ୍ଥା।ରୋଗୀ ମାନେ ଘରେ ବସି ଟେଲିପୋଂନ ମାଧ୍ୟମରେ ଡାକ୍ତରଙ୍କ ସହିତ ପରାମର୍ଶ କରି ଚିକିତ୍ସିତ ହୋଇପାରିବେ । ଏଥିପାଇଁ ଯାଜପୁର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଡାକ୍ତର ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଘରୋଇ ଓ ଅବସରପ୍ରାପ୍ତ ଡାକ୍ତର ମାନେ ଯୋଗ ଦେଇ ଏଭଳି ସମୟରେ ରୋଗୀ ମାନଙ୍କୁ ସହାୟତା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଆଜିଠାରୁ ଏହି ସେବା ଆରମ୍ଭ ହୋଇଛି ବୋଲି ଜିଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି । ୨୧ଜଣ ଡାକ୍ତରଙ୍କ ସମ୍ମତି କ୍ରମେ ତାଲିକା ପ୍ରସ୍ତୁତ କରାଯାଇଛି । ଏଥିରେ ଡାକ୍ତର ମାନଙ୍କ ନାମ ସହ ଯୋଗାଯୋଗ କରିବାର ନମ୍ବର ସହ ସମୟ ମଧ୍ୟ ଲେଖାଯାଇଛି । ଜିଲା ପ୍ରଶାସନର ଏପରି ଉଦ୍ୟମକୁ ଯାଜପୁରବାସୀ ବେଶ ପ୍ରସଂଶା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ