ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଜଣେ ଗିରଫ

କେନ୍ଦ୍ରାପଡା : ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଟାଉନ ଥାନା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫକରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଅଭିଯୋଗରୁ ପ୍ରକାଶ ଯେ ଟାଉନ ଥାନା ଅନ୍ତର୍ଗତ ଶ୍ୟାମଗୁଡିଆ ଗ୍ରାମର ରବିନ୍ଦ୍ର ନାଥଙ୍କ ସାନଭାଇ ଗତ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ଘଟିକା ସମୟରେ ଟ୍ରଲିରିକ୍ସାରେ ଛଣ ନେଇ ଯାଉଥିବା ସମୟରେ ଇଛାପୁର ରଥଦାଣ୍ଡ ସନ୍ନିକଟ ନୂଆ ଚନ୍ଦନ ପୋଖରୀ ପାଖରେ ଟାଉନ ଥାନା ଅନ୍ତର୍ଗତ ଅଛୁତିପୁର ଗ୍ରାମର ବିଷ୍ଣୁ ଚରଣ ଦାସ ତାଙ୍କୁ ଏକ କୋଦାଳରେ ମରଣାନ୍ତକ ଆକ୍ରମଣ କରିଥିବା ରବିନ୍ଦ୍ର ଟାଉନ ଥାନାରେ ଅଭିଯୋଗ କରିଥିଲେ । ସେହି ଅଭିଯୋଗକୁ ଭିତିକରି ଟାଉନ ଥାନା ପୋଲିସ ଥାନା କେଶ ନମ୍ବର ୪୯/୨୦୨୦ରେ ଆଇପିସିର ଧାରା ୩୪୧,୨୯୪,୩୦୭,୫୦୯,୨୮୩ ଓ ୩୨୫ରେ ଏକ ମାମଲା ରୁଜୁକରିବା ସହ ତଦନ୍ତକାରୀ ଅଧିକାରୀ ସବଇନିସପେକ୍ଟର ଅନ୍ତର୍ଯ୍ୟାମି ବିଶ୍ୱାଳ ଅଭିଯୁକ୍ତକୁ ଗିରଫକରି କୋର୍ଟ ଚାଲାଣ କରିଥିବା ଥାନା ସୁତ୍ରରୁ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ